www.samajalive.in
Saturday, December 6, 2025
17.1 C
Bhubaneswar

ଅଳିଆ ଆବର୍ଜନାରେ ଭର୍ତ୍ତି ଅମୃତ ସରୋବର ରାସ୍ତା

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବଜାର ନିକଟରେ ବ୍ଲକ ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କାରେ କରାଯାଇଥିବା ଅମୃତ ସରୋବର ଏବେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି। ରାସ୍ତାରେ ବର୍ଷାଜଳ ଜମିଲେ ତାହା ନର୍ଦ୍ଦମା ପରି ଦେଖାଯାଉଛି। ଫିରିଙ୍ଗିଆ ବଜାର ସହ ଆଖପାଖ ଅଞ୍ଚଳର ଲୋକେ ଗାଧୋଇବା ପାଇଁ ଅମୃତ ସରୋବର ଉପରେ ନିର୍ଭରଶୀଳ। ଏହାକୁ ଦୃଷ୍ଟିରେ ରଖି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଖରୀର ଉନ୍ନତୀକରଣ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ଅମୃତ ସରୋବରକୁ ପଞ୍ଚାୟତ ତରଫରୁ କଂକ୍ରିଟ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ କଂକ୍ରିଟ ରାସ୍ତାର ୨ ପାର୍ଶ୍ୱରେ କୌଣସି ଡ୍ରେନ ବ୍ୟବସ୍ଥା କିମ୍ବା ବାହାରକୁ ମଇଳା ପାଣି ଯିବା ପାଇଁ କୌଣସି ସୁବିଧା ନାହିଁ। ଫଳରେ ବର୍ଷା ହେଲେ ଯାତାୟତ କରିବା ଦୂରର କଥା ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହେବା ସହ ରାସ୍ତା ଉପରେ ଖଲି, ସୋଲ ଦନା, ମଦ ବୋତଲ, ବିଭିନ୍ନ ଅଳିଆ ଆବର୍ଜନା ଜମା ହେଉଛି।

ଜନସାଧାରଣଙ୍କ ଯାତାୟତ ସମସ୍ୟା ସହ ପାଣି ଜମିବା ଦ୍ୱାରା ଅମୃତ ସରୋବର ଭିତରେ ମଇଳା ଆବର୍ଜନା ଓ ମଇଳା ପାଣି ପ୍ରବେଶ କରୁଛି। ଗାଧୋଇବା ପାଇଁ ଯାଉଥିବା ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଡ୍ରେନେଜ ନିର୍ମାଣ କରିବା ଏବଂ ବଜାରର ଆବର୍ଜନା ଆବର୍ଜନା ପାଣି ବାହାରକୁ ଛାଡିବା ପାଇଁ ଦାବି କରିଆସୁଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫିରିଙ୍ଗିଆ ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟ ଏହି ପୋଖରୀଠାରୁ ମାତ୍ର ଅଳ୍ପ କିଛି ଦୂରରେ ଥିଲେ ମଧ୍ୟ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉ ନ ଥିବାରୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି। ତୁରନ୍ତ ଡ୍ରେନ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଫିରିଙ୍ଗିଆ ବଜାର କିଛି ଜନସାଧାରଣ ଚେତାବନୀ ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories