www.samajalive.in
Sunday, December 14, 2025
26.1 C
Bhubaneswar

ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ

ବୌଦ୍ଧ : ବେଆଇନ ଗଞ୍ଜେଇ ଚାଷ ଓ କାରବାରକୁ ନେଇ ବୌଦ୍ଧ ଜିଲା ଦୁର୍ନାମ ଅର୍ଜନ କରିଛି। ଜିଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମୟରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳିଛି। ଅନଗୁଳ ଜିଲାକୁ ବଦଳି ହୋଇଯାଇଥିବା ବୌଦ୍ଧ ଜିଲାର ଜଣେ ପୁଲିସ ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଛତିଶଗଡ଼ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛନ୍ତି। ସୂଚନା ଅନୁସାରେ, ଅଭିଯୁକ୍ତ ପୁଲିସ ହେଉଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକର ଗଗନ ମେହେର। ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ତାଲିମ ନେବା ପରେ ଅନଗୁଳ ଜିଲାରେ ଟ୍ରାଫିକ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ। ସେ ଏକ କାରରେ ୭୦କେଜି ଗଞ୍ଜେଇ ସହ ଛତିଶଗଡ଼ ରାଜ୍ୟକୁ ଯାଉଥିବା ସମୟରେ ଛତିଶଗଡ଼ ପୁଲିସ ଦ୍ୱାରା ଗଞ୍ଜେଇ ଓ କାର ଚାଳକ ସହ ଧରା ପଡ଼ିଥିଲେ। କାର ଚାଳକ ହରଭଙ୍ଗା ବ୍ଲକ ସାଲକଟା ଗ୍ରାମର ରବୀନ୍ଦ୍ର ଭୋକ୍ତା ବୋଲି ଜଣାପଡ଼ିଛି। ଛତିଶଗଡ଼ ପୁଲିସ ମାମଲା ରୁଜୁ କରି ଏଏସ୍‌ଆଇ ଶ୍ରୀ ମେହେର ଓ ଚାଳକ ଶ୍ରୀ ଭୋକ୍ତାଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଶ୍ରୀ ମେହେର ବୌଦ୍ଧ ଜିଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ସମୟରେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ତାଙ୍କ ବିରୋଧରେ ୨ଥର ମାମଲା ହୋଇଥିଲା। ଏଠାରୁ ପଦୋନ୍ନତି ପାଇଁ ଅନ୍ୟ ଜିଲାକୁ ଗଲା ପରେ ମଧ୍ୟ ବୌଦ୍ଧର ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ରଖି ଖାକି ପୋଷାକ ଆଢୁଆଳରେ ରହି ସେ ବେଆଇନ କାରବାର ଚଳାଇ ଆସୁଥିଲେ। ପ୍ରକାଶ ଯେ, ଗଞ୍ଜେଇ କାରବାରରେ ସମ୍ପୃକ୍ତି ନେଇ ଗତ ୨୦୨୩ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡିର ପୂର୍ବତନ ଅଧିକାରୀ ସନାତନ ପ୍ରଧାନ ଜେଲ୍‌ ଯାଇଥିଲେ। ୨୦୨୪ରେ ଓଏପିଏଫ କନେଷ୍ଟବଳ ଡିଙ୍ଗର ମାଝି ଅବକାରୀ ବିଭାଗ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ୨୦୨୩ରେ ଜିଲାର ଡିଭିଏଫ କନେଷ୍ଟବଳ ହରିଶ ଚନ୍ଦ୍ର ସାହୁ ଗଞ୍ଜେଇ କାରବାର ସହ ସମ୍ପୃକ୍ତି ଓ ବ୍ୟବସାୟୀଙ୍କୁ ସୁରକ୍ଷା ଯୋଗାଇବାକୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଇ ଆସୁଥିବାବେଳେ ଭିଜିଲାନ୍ସ କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଜେଲ ଯାଇଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories