www.samajalive.in
Saturday, December 13, 2025
26.1 C
Bhubaneswar

ଘରର ଏହି ସ୍ଥାନରେ ଭୁଲରେ ବି ରଖନ୍ତୁ ନାହିଁ ଜୋତା ଷ୍ଟାଣ୍ଡ

ସମାଜ ଡିଜିଟାଲ ଡେସ୍କ: ସର୍ବଦା ଲୋକମାନେ ବାହାରୁ ଆସିବା ପରେ ଘର ଭିତରେ ହେଉ ଅବା ଘରର ମୁଖ୍ୟ ଦ୍ୱାରରେ ଜୋତା ରଖୁଥିବା ଦେଖିବାକୁ ମିଳେ । ଏଭଳି କରିବା ଦ୍ୱାରା ଘର ପାଇଁ ଅଶୁଭ ହୋଇଥାଏ । ବାସ୍ତୁ ଅନୁସାରେ ଘରେ ଜୋତା ଚପଲ ରଖିବା ପାଇଁ ଏକ ସ୍ଥାନ ନିରୂପଣ ହୋଇଥାଏ । ସେହିଁଠାରେ ହିଁ ଜୋତା ରଖିବା ଉଚିତ । ଏଭଳି ନକରିଲେ ଘରେ କଳହ ଲାଗି ରହିବା ସହ ଅଭାବ ଅନଟନ ଲାଗି ରହିଥାଏ । ଜ୍ୟୋତିଷଙ୍କ ମତରେ ଘରର ଉତ୍ତର-ପଶ୍ଚିମ ଦିଗରେ ଜୋତା ଚପଲ ରଖିବା ଉଚିତ । ନହେଲେ ଆପଣ ପଶ୍ଚିମ ଦିଗରେ ମଧ୍ୟ ରଖିପାରିବେ ।
ମୁଖ୍ୟ ଦ୍ୱାର ପାଖରେ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ । କାରଣ ମୁଖ୍ୟ ପ୍ରବେଶ ଦ୍ୱାରରେ ଦେବୀ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଏଭଳି କ୍ଷେତ୍ରରେ ଜୋତା ଚପଲ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନରେ ବାଧା ସୃଷ୍ଟି ହୋଇଥାଏ । ମା ଲକ୍ଷ୍ମୀ କ୍ରୋଧିତ ହେବା ସହ ଘରେ ଦାରିଦ୍ର ଲାଗି ରହିଥାଏ । ସକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିପାରେ ନାହିଁ । ଜୋତା ଚପଲ ରଖିବା ପାଇଁ ଉତ୍ତର ପଶ୍ଚିମ ଦିଗ ହେଉଛି ସବୁଠାରୁ ଉତ୍ତମ ସ୍ଥାନ । ସର୍ବଦା ଜୋତା ଚପଲକୁ ସଫା କରି ରଖନ୍ତୁ । ଯଦି ଅପରିଷ୍କାର ଭାବେ ରଖୁଛନ୍ତି ତେବେ ସେଗୁଡିକ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଦେବୀ ଦେବତା ମାନେ କ୍ରୋଧିତ ହୋଇଥାନ୍ତି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories