www.samajalive.in
Monday, December 15, 2025
26.1 C
Bhubaneswar

‘ତାଙ୍କ ଆତ୍ମାକୁ ଏବେ ଶାନ୍ତି ମିଳିବ’: କାହିଁକି ଏମିତି କହିଲେ କାଞ୍ଚନଜଙ୍ଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକୋ ପାଇଲଟଙ୍କ ସ୍ତ୍ରୀ ?

ସମାଜ ଡିଜିଟାଲ ଡେସ୍କ: ଗତ ଜୁନ ୧୭ରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଳବାହୀ ଟ୍ରେନ ଧକ୍କା ଦେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୪୩ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଲୋକୋ ପାଇଲଟ ଅନିଲ କୁମାର ବି ସାମିଲ ଥିଲେ। ତେବେ ଦୁର୍ଘଟଣା ପାଇଁ ଲୋକୋ ପାଇଲଟ ଅନିଲ କୁମାରଙ୍କୁ ଦାୟୀ କରାଯାଇଥିଲା। ଯାହାକୁ ନେଇ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ହେଲେ ଏହି ଘଟଣାର ତଦନ୍ତ ଏବେ ଶେଷ ହୋଇଛି ଏବଂ ଅନିଲଙ୍କୁ ମିଳିଛି କ୍ଲିନ ଚିଟ୍। ଅର୍ଥାତ ଅନିଲ ଏହି ଘଟଣା ପାଇଁ ଦାୟୀ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ରେଳ ନିରାପତ୍ତା ଆୟୁକ୍ତ। ରେଲଓ୍ବେ ପକ୍ଷରୁ ତଦନ୍ତ ରିପୋର୍ଟ ଆସିବା ପରେ ଶାନ୍ତିରେ ନିଃଶ୍ଵାସ ନେଇଛନ୍ତି ଅନିଲଙ୍କ ପରିବାର। ଏବେ ଅନିଲଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି ଅନିଲଙ୍କ ସ୍ତ୍ରୀ ରୋଶନୀ କୁମାର।

ରୋଶନୀ ଗଣମାଧ୍ୟମକୁ କହିଛନ୍ତି, ଟ୍ରେନ ଦୁର୍ଘଟଣାର କିଛି ସମୟ ପରେ ବିନା ତଦନ୍ତରେ ତାଙ୍କ ସ୍ଵାମୀଙ୍କ ଉପରେ ସମସ୍ତ ଦୋଷ ଲଦି ଦିଆଯାଇଥିଲା। ତାଙ୍କ ମୃତ୍ୟୁରେ ସେ ଏବଂ ପରିବାର ଲୋକେ ଭାଙ୍ଗି ପଡ଼ିଥିବାବେଳେ ତାଙ୍କୁ ଯେତେବେଳେ ଘଟଣା ପାଇଁ ଦାୟୀ କରାଗଲା ତାହା ସେମାନଙ୍କୁ ବହୁତ ଦୁଃଖ ଦେଇଥିଲା। କିନ୍ତୁ ଏବେ ଶାନ୍ତି ମିଳିଛି। ରେଲଓ୍ବେ ପକ୍ଷରୁ ଉପଯୁକ୍ତ ତଦନ୍ତ କରାଯାଇ ତାଙ୍କ ସ୍ଵାମୀଙ୍କୁ ଦୋଷମୁକ୍ତ କରାଯାଇଥିବାରୁ ସେ ଅଶ୍ଵସ୍ତି ଅନୁଭବ କରୁଛନ୍ତି ବୋଲି କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories