www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ, ସୁନାବେଶକୁ ଯାଉଥିଲେ ଗାଡି ରଖିବେ କେଉଁଠି?

ପୁରୀ: ଆଜି ମହାପ୍ରଭୁଙ୍କର ସୁନାବେଶ। ପୁରୀକୁ ଦେଶର କୋଣ ଅନୁକୋଣ ଲକ୍ଷାଧିକ ଭକ୍ତଙ୍କର ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୁରୀରେ ସ୍ଵତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଓ ରୁଟ୍ ଚାଟ୍ କରାଯାଇଛି। ଯେଉଁମାନେ ଭୁବନେଶ୍ଵର ପଟୁ ଚାରିଚକିଆରେ ଆସୁଥିବେ , ସେମାନେ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସର , ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀ ଜଗନ୍ନାଥବଲ୍ଲଭ, ଯାତ୍ରୀକା ପାଲେସ୍ ଓ ନୋଳିଆ ଫିଲ୍ଡରେ ପାର୍କିଂ କରିପାରିବେ। କୋଣାର୍କ ପଟୁ ଆସୁଥିବା ଯାତ୍ରୀ ଇଣ୍ଡୋର ଷ୍ଟାଡିୟମ୍ , ଆଇଟିଆଇ ଏବଂ ହେଲିପ୍ୟାଡ୍ ପାର୍କିଂରେ ଗାଡି ରଖିବେ। ଭୁବନେଶ୍ଵର ପଟୁ ଆସୁଥିବା ଟୁରିଷ୍ଟ ବସ୍ ମାଳତିପାଟପୁରରେ ଓ ଦୈନିକ ବସ୍ ତାଳବଣିଆଠାରେ ପାର୍କିଂ କରିବେ।  ସେହିପରି ଭୁବନେଶ୍ଵରପଟୁ ଆସୁଥିବା ଦୁଇଚକିଆ ଯାନ ପାଇଁ ଜଗନ୍ନାଥବଲ୍ଲଭ, ଜେଲ୍ ରୋଡ୍, ମାଟିତୋଟା ପାର୍କିଂ ଏବଂ କୋଣାର୍କ ପଟୁ ଆସୁଥିଲେ ବ୍ଲୁ ଫ୍ଲାର୍ଗ ବିଚ୍ , ହୋଟେଲ ନୀଳାଚଳ ଅଶୋକ , ହଲିଡେ ରିସୋର୍ଟ ପଛପଟ ପାର୍କିଂରେ ରଖିବେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories