www.samajalive.in
Monday, December 8, 2025
24.1 C
Bhubaneswar

ମିଳିଲା ଅନୁମତି: ଡେବ୍ରିଗଡକୁ ଆସିବେ ଦୁଇ ମହାବଳ

ଭୁବନେଶ୍ୱର : ସମ୍ବଲପୁର ଚିଡ଼ିଆଖାନାକୁ ମହାବଳ ବାଘ ଆଣିବା ପାଇଁ ବନ ବିଭାଗ ପକ୍ଷରୁ ବିଚାର ବିମର୍ଷ ଚାଲିଛି। ଦେଶର ଅନ୍ୟ ଚିଡିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ମହାବଳ ବାଘ ଆସିବେ। ରାଜ୍ୟରେ ବାଘ ବଂଶ ବୃଦ୍ଧିକୁ ଗୁରୁତ୍ବ ଦେଇଛି ବନ ବିଭାଗ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଡେବ୍ରିଗଡକୁ ୨ ମହାବଳ ବାଘ ଆସିବା ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ)ର ଅନୁମତି ମିଳିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ମାଈ ଏବଂ ଗୋଟିଏ ଅଣ୍ଡିରା ମହାବାଳ ବାଘ ଆସିବାକୁ ଅନୁମତି ମିଳିଛି। ବନ୍ୟପ୍ରାଣୀ ସ୍ଥାନାନ୍ତରଣ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବାବେଳେ ସମ୍ବଲପୁର ଚିଡ଼ିଆଖାନାରୁ ଡେବ୍ରିଗଡ ଅଭୟାରଣ୍ୟକୁ ପ୍ରଥମ ଦିନରେ ୧୨ ଚିତ୍ରା ହରିଣଙ୍କୁ ସ୍ଥାନାନ୍ତର କରାଯାଇଛି। ସମ୍ବଲପୁର ଚିଡ଼ିଆଖାନାରୁ ପର୍ଯ୍ୟାୟକ୍ରମେ ସମୁଦାୟ ୧୧୫ ଚିତ୍ରା ହରିଣ ଡେବ୍ରିଗଡ ଅଭୟାରଣ୍ୟ ଅଣାଯିବାର ବ୍ୟବସ୍ଥା ହୋଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories