www.samajalive.in
Saturday, December 13, 2025
14.1 C
Bhubaneswar

ରାଧାକିଶୋରପୁର ପଞ୍ଚାୟତରେ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ

ଗୁରୁଡିଝାଟିଆ: ରାଧାକିଶୋରପୁର ପଞ୍ଚାୟତରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ରକ୍ତଦାନ ଶିିବିରକୁ ପଞ୍ଚାୟତ ମୁରବୀ ତଥା ସମାଜଦେବୀ ଭାଗିରଥି କର ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାନ ର ମହତ୍ୱ ସଂପର୍କରେ ଆଲୋକପାତ କରିବା ସହିତ ପ୍ରତ୍ୟେକ ରକ୍ତଦାତା ଅନ୍ୟମାନଙ୍କ ଜୀବନକୁ ମରଣ ମୁହଁରୁ ଉଦ୍ଧାର କରିଥାଏ ବୋଲି କହିଥିଲେ ।

ଏହି ଅବସରରେ ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇ ଉତ୍ସାହିତ କରିଥିଲେ । ଯୁବ ସମୃଦ୍ଧି ମଣ୍ଡଳ ରାଧାଦାମୋଦରପୁର ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ରେଡକ୍ରସ ରକ୍ତଭଣ୍ଡାର ଡାକ୍ତର ବିନାୟକ ପୃଷ୍ଟି ଓ ତାଙ୍କର ସହଯୋଗୀ ରକ୍ତ ସଂଗୃହୀତ କରିଥିଲେ । ପଞ୍ଚାୟତ ସରପଞ୍ଚ ବିନୋଦ ମାଝି , ଯୁବ ସମୃଦ୍ଧି ମଣ୍ଡଳ ସଭାପତି ଆଶୁତୋଷ ପରିଡା, ସଂପାଦକ ସମୀର ପ୍ରଧାନ ଙ୍କ ସହିତ ଆଶୁତୋଷ କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Hot this week

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

Related Articles

Popular Categories