ଅରବପତି ତାଲିକାରେ ସାମିଲ ହେଲେ ଜୋମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ
ନୂଆଦିଲ୍ଲୀ : ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପିନ୍ଦର ଗୋୟଲ ଏବେ ଅରବପତି କ୍ଲବରେ ସାମିଲ ହୋଇଛନ୍ତି । ସୋମବାର ଜୋମାଟୋର ସେୟାରରେ ଆସିଥିବା ବୃଦ୍ଧି ପରେ କମ୍ପାନୀରେ ତାଙ୍କ ଭାଗିଦାରୀର ଦର ଅଚାନକ ବୃଦ୍ଧି ପାଇ ୧ ଅରବ ଡଲାରରୁ ଅଧିକ ହୋଇଯାଇଛି । ଜୋମାଟୋର ସେୟାର ସୋମବାର ୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଫୋବର୍ସ ଅନୁସାରେ ଏଥିଯୋଗୁଁ ତାଙ୍କ ସମୁଦାୟ ସମ୍ପତ୍ତି ବୃଦ୍ଧି ପାଇ ୧.୪ ଅରବ ଡଲାର ହୋଇଯାଇଛି ।
ଜୋମାଟୋ ଦିଲ୍ଲୀ ଓ ବେଙ୍ଗାଲୁରୁର ଗ୍ରାହକଙ୍କ ପାଇଁ ନିଜ ପ୍ଲାଟଫର୍ମ ଫି’ରେ ୧ ଟଙ୍କାର ବୃଦ୍ଧି କରିଛି । ପୂର୍ବରୁ ଜୋମାଟୋ ନିଜ ପ୍ଲାର୍ଟଫର୍ମରେ ଅର୍ଡର କରୁଥିବା ଗ୍ରାହକଙ୍କଠୁ ୫ ଟଙ୍କା ପ୍ରତି ଅର୍ଡରରେ ଶୁଳ୍କ ଆଦାୟ କରୁଥିଲା ଯାହାକୁ ୨୦ ପ୍ରତିଶତ ବଢାଇ ଦିଆଯାଇଛି । ଏହାର ପ୍ରଭାବ କମ୍ପାନୀର ସେୟାର ଉପରେ ଦେଖିବାକୁ ମିଳିଛି । ସେୟାର ଦାମ୍ ୩ ପ୍ରତିଶତ ବୃଦ୍ଧି ପାଇ ୨୩୨ ଟଙ୍କାରେ ଟ୍ରେଡ୍ କରିଥିବା ଦେଖିବାକୁ ମିଳିଛି । ଏହା ସହିତ ଜୋମାଟୋ ଷ୍ଟକ ୫୨ ସପ୍ତାହର ସର୍ବୋଚ୍ଚ ସ୍ତରରେ ମଧ୍ୟ ରହିଛି । ସେୟାରର ଦାମରେ ବୃଦ୍ଧି ଯୋଗୁଁ ଜୋମାଟୋର ମାର୍କେଟ୍ କ୍ୟାପ୍ ମଧ୍ୟ ବଢିଛି ଏବଂ ଏହା ୧.୯୮ ଲକ୍ଷ କୋଟି ଟଙ୍କା ହୋଇଯାଇଛି ।
ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କ ପାଖରେ କମ୍ପାନୀର ୩୬,୯୪,୭୧,୫୦୦ ସେୟାର ଥିଲା ଯାହା କମ୍ପାନୀରେ ୪.୨୬ ପ୍ରତିଶତ ଭାଗିଦାରୀ ସହ ସମାନ । ସୋମବାର ସେୟାର ଦାମ୍ ବଢିବା ପରେ ତାଙ୍କ ପାଖରେ ଥିବା ସେୟାରର ଦାମ୍ ମଧ୍ୟ ବୃଦ୍ଧି ପାଇଛି ଯାହା ତାଙ୍କୁ ଅରବପତି ତାଲିକାରେ ସାମିଲ କରିଛି ।
ସ୍ତ୍ରୀର ମୃତ୍ୟୁ ପରେ ଆଖି ବୁଜିଲେ ସ୍ୱାମୀ; ହୃଦ୍ଘାତ ନେଲା ବାପାଙ୍କ ପ୍ରାଣ
Comments are closed.