www.samajalive.in
Saturday, December 6, 2025
16.1 C
Bhubaneswar

ସଅଳ ଆରମ୍ଭ ହେଲା ପହଣ୍ଡି, ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ସମାଜ ଡିଜିଟାଲ ଡେସ୍କ: ନିର୍ଦ୍ଧାରିତ ସମୟ ମଧ୍ୟାହ୍ନ ୧୨ଟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି। ବାହୁଡ଼ା ଯାତ୍ରା ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରାଯାଉଛି। ଘଣ୍ଟଘଣ୍ଟା ବାଦ୍ୟ ପ୍ରକମ୍ପିତ ହେଉଛି ବଡ଼ ଦାଣ୍ଡ। ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜୀଉ।

ବାହୁଡ଼ା ଯାତ୍ରା ପାଇଁ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଯାତ୍ରା ଆରମ୍ଭ ହେବ ବୋଲି ସମୟ ସ୍ଥିର ହୋଇଥିଲା। କିନ୍ତୁ ଏହା ପୂର୍ବରୁ ଅର୍ଥାତ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀସୁଦର୍ଶନଙ୍କୁ ଧାଡ଼ି ପଣ୍ଡିରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରାଯାଇଥିଲା। ଘଣ୍ଟଘଣ୍ଟା ବଜାଇ ସେବାୟତମାନେ ଭକ୍ତଙ୍କ ମେଳରେ ଠାକୁରଙ୍କୁ ରଥରେ ବିଜେ କରାଇଥିଲେ। ଏହା ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ମା’ ସୁଭଦ୍ରା ଏବଂ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ରଥକୁ ବିଜେ କରାଯିବ।

- Advertisement -

ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥରେ ଛେରାପହଁରା କରିବେ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଅନୁଷ୍ଠିତ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଛେରାପହଁରା ପରେ ୩ ରଥରୁ ଚାରମାଳ ଖୋଲାଯାଇ ଘୋଡ଼ା ଲଗାଯିବ ଏବଂ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି। ତେବେ ପହଣ୍ଡି ଶୀଘ୍ର ଆରମ୍ଭ ହୋଇଥିବାରୁ ରଥଟଣା ସହଳ ଆରମ୍ଭ ହେବାର ସମ୍ଭାବନା ରହିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories