www.samajalive.in
Friday, December 5, 2025
20.1 C
Bhubaneswar

ଅକ୍ଷୟଙ୍କ ଫିଲ୍ମ ପାଇଁ ମାଗଣାରେ ଚା’, ସିଙ୍ଗଡ଼ା ବାଣ୍ଟିଲା ଆଇନକ୍ସ: ତଥାପି..

ମୁମ୍ବଇ: ଅକ୍ଷୟ କୁମାରଙ୍କ ନୂଆ ଚଳଚ୍ଚିତ୍ର ‘ସରଫିରା’ ଜୁଲାଇ ୧୨ରେ ମୁକ୍ତିଲାଭ କରିଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ପ୍ରଥମ ଦିନରେ ହିଁ ଏହା ନିରାଶାଜନକ ପ୍ରଦର୍ଶନ କରିଥିଲା। ଦର୍ଶକମାନେ ଏହି ଚଳଚ୍ଚିତ୍ର ଦେଖିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଏବଂ ପରିସ୍ଥିତି ଏପରି ହୋଇଛି ଯେ ଦର୍ଶକଙ୍କୁ ଥିଏଟରକୁ ଆକର୍ଷିତ କରିବା ପାଇଁ ଏକ ମଲ୍ଟିପ୍ଲେକ୍ସକୁ ଅଫର୍ ଦେବାକୁ ପଡ଼ିଛି।

ଲୋକପ୍ରିୟ ମଲ୍ଟିପ୍ଲେକ୍ସ ଚେନ୍‌ ଆଇନକ୍ସ ଦର୍ଶକଙ୍କ ପାଇଁ ଏକ ଅଜବ ଅଫର ଘୋଷଣା କରିଛି। ଅଫର୍ ହେଉଛି, ଦର୍ଶକମାନଙ୍କୁ ବୈଧ ଟିକେଟ୍‌ ସହ ଗୋଟିଏ ଚା’ ଏବଂ ଦୁଇଟି ସିଙ୍ଗଡ଼ା ସମ୍ପୂର୍ଣ୍ଣ ମାଗଣା ମିଳିବ। କେବଳ ଏତିକି ନୁହେଁ, ଅର୍ଡର ସହିତ ମାଗଣାରେ ଫିଲ୍ମକୁ ପ୍ରୋତ୍ସାହିତ କରୁଥିବା ଏକ ସାମଗ୍ରୀ ମଧ୍ୟ ମିଳିବ।

- Advertisement -

ଏହି ଅଫରରୁ ଏହା ସ୍ପଷ୍ଟ ହୋଇଛି ଯେ, ବକ୍ସ ଅଫିସରେ ‘ସରଫିରା’ର ଖରାପ ପ୍ରଦର୍ଶନକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। ଏହାର ବକ୍ସ ଅଫିସ ଆୟ ବିଷୟରେ କହିବାକୁ ଗଲେ, ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ମାତ୍ର ୨.୫୦ କୋଟି ଟଙ୍କା ଆୟ କରିଥିଲା। ଦ୍ଵିତୀୟ ଦିନରେ ଆୟରେ ସାମାନ୍ୟ ପରିଲକ୍ଷିତ ହୋଇଥିଲା ଓ ଏହା ୪.୨୫ କୋଟି ଟଙ୍କା ଆୟ କରିଥିଲା। ଏଭଳି ଭାବେ ଫିଲ୍ମ ଏପର୍ଯ୍ୟନ୍ତ ମୋଟ୍‌ ୬.୭୫ କୋଟି ଟଙ୍କା ଆୟ କରିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories