www.samajalive.in
Sunday, December 14, 2025
26.1 C
Bhubaneswar

ସମୁଦ୍ର ଜଳ ସ୍ଥଳଭାଗ ଆଡକୁ ମାଡିଆସିଲାଣି, ପୃଥିବୀର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି

ଗୁରୁଡିଝାଟିଆ: ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଚାରା ରୋପଣ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ତଥା ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଚାରା ରୋପଣ କରି କହିଥିଲେ ମଣିଷ ଭୌତିକ ଭୋଗବିଳାସରେ ବୁଡି ରହି ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଅବାରିତ ଭାବେ ବୃକ୍ଷ କାଟିବା ଫଳରେ ଏବେ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସମୁଦ୍ର ଜଳ ସ୍ଥଳଭାଗ ଆଡକୁ ମାଡିଆସିଲାଣି । ଦିନକୁ ଦିନ ପୃଥିବୀର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଏହାର ନିରାକରଣ ପାଇଁ ଚାରାରୋପଣର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଡ. ମମତା ସେନାପତି, ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ଦାସ, ରଶ୍ମୀରଞ୍ଜନ ମହାପାତ୍ର, ପ୍ରଶାନ୍ତ କୁମାର ସାମଲ, ଶଶିକାନ୍ତ ମହାନ୍ତି ଓ ମଳୟ କୁମାର ମିଶ୍ର ପ୍ରମୁଖଙ୍କ ସହିତ ବିଦ୍ୟାର୍ଥୀମାନେ ଚାରାରୋପଣ କରିବା ସହ ପରିବେଶ ପ୍ରଦୂଷଣ କୁ ସୁଧାର ଆଣିବା ଓ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ହାତରେ ଚାରା ଧରି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories