www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରୀଗୁଣ୍ଡିଚା ଭଜନ ସମାରୋହ, ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି

 ଆଠଗଡ: ଆଠଗଡର  ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ଆନୁକୂଲ୍ୟରେ ରଥ ଯାତ୍ରାଠାରୁ ବାହୁଡା ପୂର୍ବ ସନ୍ଧ୍ୟା ପର୍ଯ୍ୟନ୍ତ ୮ଦିନ ବ୍ୟାପୀ ଚାଲିଥିବା ୪୫ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହ ରବିବାର ରାତିରେ ଉଦଯାପିତ ହୋଇଯାଇଛି । ଉଦଯାପନୀ । ଅନୁଷ୍ଠାନର ସଭାପତି ଶ୍ରୀଧର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓକିଲ ସଂଘର ପ୍ରାକ୍ତନ ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ଓ ସମ୍ମାନିତ ଅତିଥି ଭାବେ ରାଜ୍ଯର ଲବ୍ଧପ୍ରତିଷ୍ଠିତ ଗୀତିକାର ରାଧାନାଥ ଦାସ ପ୍ରମୁଖ ଯୋଗଦେଇ ନବଦିନାତ୍ମକ  ଘୋଷଯାତ୍ରା ସମୟରେ ଜଗନ୍ନାଥ ସେବା ସଂସ୍ଥାର ଏହି ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଏଠାରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି କରୁଛି । ଏଥିପାଇଁ ଆୟୋଜକଙ୍କ ଦୃଢ ସଂକଳ୍ପ ଓ ନିରବଛିନ୍ନ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ ବୋଲି ଅତିଥି ଦ୍ୱୟ ପ୍ରକାଶ କରିଥିଲେ ।
ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ସମ୍ପାଦକ ପାର୍ଥସାରଥି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ଯକ୍ରମର ଶେଷ ସନ୍ଧ୍ୟାରେ କଟକର ଭଜନ ଶୁଭସନ୍ଧ୍ୟା ପକ୍ଷରୁ ପରିବେଷିତ ମନଛୁଆଁ ଭଜନ ଶ୍ରୋତାଙ୍କ ମନ ମୋହି ନେଇଥିଲା । ରଥଯାତ୍ରା ଦିନ ଉଦଘାଟନୀ ସନ୍ଧ୍ୟାରେ ଶ୍ରୀ ଚରଣ ଓ ସାଥୀ ଏବଂ  ଅନ୍ୟ ଦିନ ଗୁଡିକରେ କଟକର ଓଁ ଶ୍ରୀ ଭଜନ ସଂନ୍ଧ୍ୟା, ଭୁବନେଶ୍ବରର ମୁର୍ଚ୍ଛନା ଭଜନ ସନ୍ଧ୍ୟା, ଭକ୍ତି ପୁଷ୍ପାଞ୍ଜଳି, ବାବା ବାଲୁଙ୍କେଶ୍ଵର ଭଜନ ସଂନ୍ଧ୍ୟା ଭଜନ ପରିବେଷଣ କରିଥିବାବେଳେ ବିଶିଷ୍ଟ ପ୍ରବକ୍ତା ଅଧ୍ୟାପକ ଅରୁଣ କୁମାର ପଣ୍ଡା ଓ ଡଃ ଆଶୁତୋଷ ପ୍ରସାଦ ମିଶ୍ର ପ୍ରମୁଖ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଷୟରେ ପ୍ରବଚନ ଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ମହେଶ ପ୍ରସାଦ ବାରିକ ଶେଷରଃ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ସମସ୍ତ ସଦସ୍ୟ ଆଠଦିନ ଧରି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories