www.samajalive.in
Sunday, December 14, 2025
14.1 C
Bhubaneswar

ଚାବିରେ ଖୋଲିଲାନି, ଭଙ୍ଗାଗଲା ଭିତର ରତ୍ନ ଭଣ୍ଡାର ତାଲା

ପୁରୀ : ଭାଙ୍ଗିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ତାଲା । ରବିବାର ୧୧ ଜଣିଆ ଟିମ୍ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ ମିନିଟରେ ରତ୍ନ ଭଣ୍ଡାର ଭିତରକୁ ଯାଇଥିଲେ । ବାହାର ତାଲା ଖୋଲାଯାଇ ଟିମ୍ ଭିତରକୁ ଯାଇଥିଲା । ତେବେ ଭିତର ରତ୍ନ ଭଣ୍ଡାର ତାଲା ଚାବିରେ ନଖୋଲିବାରୁ ତାଲା ଭଙ୍ଗାଯାଇ ଭଣ୍ଡାର ଖୋଲାଯାଇଛି । ଏନେଇ ପାଳିଆ ସେବାୟତ ନରେଶ କର ସୂଚନା ଦେଇଛନ୍ତି । ଭିତରେ ବଡ ବଡ ମୂଷା ଗର୍ତ୍ତ ରହିଥିବା ଦେଖିବାକୁ ମିଳିଛି । ୧୧ ଜଣିଆ ସଦସ୍ୟ ପ୍ରାୟ ୨ ଘଣ୍ଟା ଭିତରେ ତନଖି କରିବା ପରେ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗି ଖୋଲିଥିବା ସୂଚନା ଦେଇଛନ୍ତି । ତେବେ ଆଜି ରତ୍ନଭଣ୍ଡାର ଯାଞ୍ଚ ହେବାର ହିଁ ଯୋଜନା ରହିଥିଲା । ରତ୍ନ ଅଳଙ୍କାର ଗଣତି ନେଇ କୌଣସି ଯୋଜନା ନଥିଲା । ତେଣୁ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗିବା ପରେ ତାକୁ ସିଲ୍ କରିଦିଆଯାଇଛି । ପୁଣି ଏକ ତାରିଖ ନିର୍ଦ୍ଧାରିତ କରି ଆଗାମୀ ପଦକ୍ଷେପ ନିଆଯିବ । ଅନ୍ୟପଟେ ରତ୍ନ ଭଣ୍ଡାର ବାହାର ସ୍ନେକ ହେଲ୍ପ ଲାଇନର ପ୍ରାୟ ୧୨ ଜଣ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ରହିଥିଲା । ଆବଶ୍ୟକ ପଡିଲେ ସେମାନଙ୍କୁ ଭିତରକୁ ଡକାଯାଇଥାନ୍ତା । ତେବେ ଆଜି ସେମାନଙ୍କୁ ଭିତରକୁ ଡକାଗଲାନି । ଅନ୍ୟପଟେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ରତ୍ନ ଭଣ୍ଡାରର ବାହାର ତାଲା ଖୋଲିବା ପରେ ମିଳିଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇଛି । ଅସ୍ଥାୟୀ ରତ୍ନ ଭଣ୍ଡାରରେ ଏହାର ଗଣତି ମଣତି ହେବ । କହିରଖୁଛୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ , ରତ୍ନଭଣ୍ଡାର ସବ୍ କମିଟିର ଜଣେ , ହାଇଲେବୁଲ୍ କମିଟିର ଦୁଇ ଜଣ ସଦସ୍ୟ , ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର , ଭଣ୍ଡାର ମେକାପ, ଚଢାଉ କରଣ ଓ ଦେଉଳ କରଣ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ଶେଷଥର ପାଇଁ ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲିଥିଲା।

ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଅସୁସ୍ଥ ହୋଇପଡ଼ିଲେ ପୁରୀ ଏସପି !

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories