www.samajalive.in
Friday, December 12, 2025
16.1 C
Bhubaneswar

ରାସ୍ତାରେ ବୁଲାକୁକୁର ଓ ଗୋସମ୍ପଦ, ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ପଥଚାରୀ

କେନ୍ଦୁଝରଗଡ଼଼: କେନ୍ଦୁଝରଗଡ଼଼ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବୁଲାକୁକୁର ଓ ଗୃହପାଳିତ ଗାଈଗୋରୁ ଯୋଗୁଁ ଅନେକ ସମୟରେ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେବା ସହ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ପଥଚାରୀ। ଗୋରୁ ଗାଈ ଓ ବୁଲା କୁକୁରଙ୍କ ଅବାଧ ବିଚରଣକୁ ନେଇ କାହାରି ନିଘା ନଥିବା ବେଳେ ସହରର ପ୍ରମୁଖ ରାସ୍ତାରେ ଏହି ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ସହର ମଧ୍ୟରେ ଏବେ ମାଳ ମାଳ ଗାଈ ଗୋରୁ ବୁଲୁଥିବା ବେଳେ ପୌରାଞ୍ଚଳ ଅଧିନରେ ଥିବା କାଞ୍ଜିଆହୁଦା ଦୀର୍ଘବର୍ଷ ହେବ ବନ୍ଦ ଥିବାରୁ ପୌରପାଳିକା ଗୋରୁ-ଗାଈଙ୍କୁ ଧରିଲେ କେଉଁଠାରେ ରଖିବ ତାହା ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ତେବେ ଏହି ବୁଲା ଗୋସମ୍ପଦ ଓ କୁକୁର ମାନଙ୍କ ମାଲିକମାନେ ଦୈନଦିନ ରାସ୍ତାରେ ଗୋରୁ ଗାଈ ଓ କୁକୁରକୁ ଛାଡି ଦେଉଥିବାରୁ ଏହି ସମସ୍ୟା ଦ୍ୱିଗୁଣିତ ହେଉଛି। ବୁଲା ଗାଈ ଗୋରୁ ଧରିବା କାର୍ଯ୍ୟରେ ପୌର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ କର୍ମଚାରୀ ନିୟୋଜିତ କରାଯାଇ ଅଭିଯାନ ଆରମ୍ଭ କରିବାକୁ ସହରବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି। ସହରରେ ଦିନକୁ ଦିନ ବୁଲା ଗାଈ ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏମାନଙ୍କୁ ଧରିବା ପାଇଁ ପୌର କର୍ତ୍ତୃପକ୍ଷ ସକ୍ଷମ ହେଉନାହାନ୍ତି। ଅନ୍ୟପକ୍ଷରେ ଗାଈ ଗୋରୁ ମାଲିକମାନେ ସଚେତନ ନହେବାରୁ ପ୍ରତ୍ୟେକ ଦିନ ସହରର ବିଭିନ୍ନ ରାସ୍ତାରେ ମାଳ ମାଳ ଗୋସମ୍ପଦ ରାସ୍ତା ଉପରେ ବୁଲୁଥିବାରୁ ବିଭିନ୍ନ ସମୟରେ ପଥଚାରୀ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଯେହେତୁ ସହରର ଅଧିକାଂଶ ରାସ୍ତା ଅଣଓସାରିଆ ଓ ସଂକୀର୍ଣ୍ଣ ତେଣୁ ଗୋସମ୍ପଦ ରାସ୍ତାରେ ଚଲାବୁଲା କଲେ ଜନସାଧାରଣ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ସହରରେ ଶହ ଶହ ବୁଲା କୁକୁର ରାସ୍ତା ଉପରେ ଶୋଇ ରହୁଥିଲେ ହେଁ ଏମାନଙ୍କୁ ସ୍ଥାନାନ୍ତରିତ କରିବା କାର୍ଯ୍ୟ ବନ୍ଦ ରହିଛି। ଗାଈ ଗୋରୁ ଓ ଷଣ୍ଢ ସହରର ବିଭିନ୍ନ ସ୍ଥାନ ଓ ରାସ୍ତାକୁ ଦଖଲ କରି ରହୁଛନ୍ତି। ବୁଲା କୁକୁରମାନେ ରାତିରେ ଯାତାୟତ କରୁଥିବା ଲୋକଙ୍କୁ ଗୋଡାଇବା ଫଳରେ ବାଇକରୁ ପଡ଼ି ଚାଳକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପୌର ପ୍ରଶାସନ ତୁରନ୍ତ ଏ ଦିଗରେ ତ୍ୱରିତ୍‌‌ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories