www.samajalive.in
Wednesday, December 10, 2025
14.1 C
Bhubaneswar

ବାପାକୁ ମାରି ମାଟିରେ ପୋତିବା ଘଟଣା, ପୁଅ ଗିରଫ

ସିମୁଳିଆ: ବାପା ପ୍ରଭାକର ବେହେରାରକୁ ପୁଅ ରମେଶ ଜୀବନରୁ ମାରି ମୃତଦେହ ଘର ପଛପଟ ଚାଷ ଜମିରୁ ଉଦ୍ଧାର ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଶେଷରେ ପୁଅକୁ ଗିରଫ କରିଛି ସିମୁଳିଆ ପୋଲିସ। ଏ ଘଟଣା ସମ୍ପର୍କରେ ସିମୁଳିଆ ପୋଲିସ ସିମୁଳିଆ ଥାନା ପରିସରରେ ସଦର ଏସ.ଡି.ପି.ଓ ଶଶାଙ୍କ ଶେଖର ବେଉରା ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗ୍ରାମର ବାପା ପ୍ରଭାକର ବେହେରା, ମା ଚମ୍ପା ବେହେରା ନିଖୋଜ ଥିବାର କାରଣ ଝିଅ ମମତା ମଲ୍ଲିକ ଜୁନ ୨୧ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସିମୁଳିଆ ପୋଲିସ ୧୭୪/୨୪ ମୁଳେ ତଦନ୍ତ ଆରମ୍ଭ କରିଥିଲା। ଏହି ତଦନ୍ତରେ ସିମୁଳିଆ ପୋଲିସ ପକ୍ଷରୁ ଏକ ଜେସିପି ସାହାଯ୍ୟରେ ବିଲରେ ଖୋଜିବା ଆରମ୍ଭ କରିଥିଲା। ତେବେ ରମେଶଙ୍କ ଘର ପଛ ପଟେ ବାପାଙ୍କ ମୃତ ଦେହ ବିଲରେ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ହେଲେ ମା ନିଖୋଜ ନେଇ ପରିବାର ଲୋକ ଓ ଗ୍ରାମବାସୀ ଆଶଙ୍କାରେ ରହିଥିଲେ। ଏହି ଘଟଣାର ଗଣମାଧ୍ୟମରେ ପ୍ରକାଶ ହେବା ପରେ ୮ଦିନ ଭିତରେ ମାଆ ଚମ୍ପା ଏକ ଅଟୋ ସାହାଯ୍ୟରେ ଘରେ ପହଞ୍ଚିଥିଲା। ହେଲେ ଅଭିଯୁକ୍ତ ପୁଅ ରମେଶ ଫେରାର ହୋଇଯାଇଥିଲା। ମାତ୍ର ଚଳିତ ମାସ ୧୦ ତାରିଖରେ ପୋଲିସ ବାହାର ରାଜ୍ୟରୁ ରମେଶକୁ ଗିରଫ କରିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories