ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବାଉରିପଦା ପଞ୍ଚାୟତରେ ଆଜି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଶିଳାନ୍ୟାସ କଲେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଏବଂ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ଏହି ରାସ୍ତାଟି ମାର୍କୋଣା-ଗଣ୍ଡିବେଡ଼ ରାସ୍ତାର ବାଉରୀପଦା ଠାରୁ ବକ୍ରେଶ୍ୱର ମନ୍ଦିର ପର୍ଯ୍ୟନ୍ତ ହେବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ତୁରନ୍ତ କାର୍ଯ୍ୟ କରି ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରିବାକୁ ସାଂସଦ ଏବଂ ବିଧାୟକ ଉକ୍ତ ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ। ଏହି ପ୍ରକଳ୍ପଟି ୩ କୋଟି ୨୫ ଲକ୍ଷ ୬୬ ହଜାର ୩୦୩ ଟଙ୍କା ମୂଲ୍ୟର ବୋଲି ଜଣାଯାଇଛି। ନିର୍ବାଚନ ପରେ ଆଜି ପ୍ରଥମ ଶିଳାନ୍ୟାସ ଥିବାବେଳେ ଆଗକୁ ନିର୍ବାଚନ ମଣ୍ଡଳୀରେ ସମସ୍ତ ରାସ୍ତା କାର୍ଯ୍ୟ ହେବବୋଲି ବିଧାୟକ ଏବଂ ସାଂସଦ ସୂଚନା ଦେଇଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ,ବ୍ଳକ ଅଧ୍ୟକ୍ଷ ବାବାଜୀ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ଧରଣୀଧର ନାୟକ, ସମିତି ସଭ୍ୟ ଗଜେନ୍ଦ୍ର ସେଠୀ ଓ ଭାରପ୍ରାପ୍ତ ଏସ.ଡି.ଓ ଅଣାକାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



