www.samajalive.in
Monday, December 8, 2025
27.1 C
Bhubaneswar

ଆଜି ପବିତ୍ର ହେରାପଞ୍ଚମୀ: ପୁରାତନ ଲେଖା ଉଜ୍ଜୀବିତ କରୁଛି ଓଡିଆ ଅସ୍ମିତାର ଗୌରବମୟ ଅତୀତ

ପୁରୀ/ଭୁବନେଶ୍ୱର: ଆଜି ଥିଲା ପବିତ୍ର ହେରାପଞ୍ଚମୀା ରଥଯାତ୍ରାରେ ଆସିବା ପୂର୍ବରୁ ମା’ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ କେବଳ ଗୋଟିଏ ଦିନ ପାଇଁ କଳମ ଶାଗ ରଖିଦେଇ ଆସିଥ#ଲେ ମହାପ୍ରଭୁ ଶ୍ରୀଜଗନ୍ନାଥା ଯାହାକି ଇତିମଧ୍ୟରେ ସରିଗଲାଣିା ସେଥିପାଇଁ ମା’ ଲକ୍ଷ୍ମୀ ଆଜି ଗୁଣ୍ଡିଚାବାଡିକୁ ଆସିଥ#ଲେ ଶ୍ରୀଜଗନ୍ନାଥଙ୍କୁ କେବେ ଆସିବ ବୋଲି ପଚାରିବା ପାଇାଁ ହେଲେ ଶ୍ରୀ ଜଗନାଥଙ୍କ ନିକଟରେ ତାଙ୍କ ବଡଭାଇ ଓ ସାନ ଭଉଣୀ ଥ#ବାରୁ ଓଡିଆ ଘରର ସୌଜନ୍ୟତା ଦୃଷ୍ଟିରୁ ନିଜ ଧର୍ମପତ୍ନୀଙ୍କୁ ସାକ୍ଷାତ କରିବା ପାଇଁ ଯଜ୍ଞବେଦୀ ଛାଡି ଆସିପାରିଲେନି ମହାପ୍ରଭୁା ଏଣୁ ନବବିବାହିତା ମହାଲକ୍ଷ୍ମୀ ରାଗରୋଷ ଓ ଅଭିମାନରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କିଛିଅଂଶ ଭାଙ୍ଗିଦେଇ ହେରାଗୌରୀ ସାହି ଦେଇ ଫେରି ଯାଇଛନ୍ତି ଶ୍ରୀମନ୍ଦିରକୁା

ପବିତ୍ର ରଥଯାତ୍ରା ଅବସରରେ ପୁରୀ ଗୁଣ୍ଡିଚାବାଡି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ପରିସରରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି ଏହି ମାନବୀୟ ଲୀଳାକୁ ନେଇ ଗତ ହେରାପଞ୍ଚମୀର ଫଟୋ ସମୂହ ସହିତ ପୁରାତନ ରଚନାରୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ମା’ ଲକ୍ଷ୍ମୀଙ୍କ ଅଭିମାନ ଭରା ବକ୍ତବ୍ୟ “କଥା ଦେଇଥିଲ ଫେରି ତ ଆସିବ ଗୋଟେ ଦିନ ସେଠି ରହି, ହେଲେ ବିତିଗଲା ପାଞ୍ଚ ଦିନ ପ୍ରଭୁ ତୁମେ ତ ଫେରିଲ ନାହିାଁ’ ସେହିପରି ସ୍ଥାପିତ ଭିଡିଓ ଓ୍ୱାଲରେ ପ୍ରଦର୍ଶିତ ହେଉଛି ବିଭିନ୍ନ କଣ୍ଠ ଶିଳ୍ପୀମାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଶ୍ରୀ ଜଗନ୍ନାଥ ସହସ୍ରନାମ ଏବଂ ଜଗଦଗୁରୁ ଶ୍ରୀ ଶଙ୍କରଚାର୍ଯ୍ୟ ବିରଚିତ ଶ୍ରୀଜଗନ୍ନାଥ ଅଷ୍ଟକମ ସ୍ତ୍ରୋତ୍ର ସହିତ ଶ୍ରୀଜଗନ୍ନାଥ ଚେତନା ସମ୍ବଳିତ ଅନ୍ୟାନ୍ୟ ଭିଡିଓା ସେସବୁକୁ ପ୍ରଦର୍ଶନୀ ମଣ୍ଡପକୁ ଆସୁଥିବା ଦର୍ଶକମାନେ ଅତି ଆଗ୍ରହର ସହିତ ଦେଖିବା ସହିତ ବୟସାଧିକ୍ୟ ଦର୍ଶମାନେ ପୁରାତନ ରଚନାର କବିତା ପଂକ୍ତିଗୁଡିକ ନିଜ ଟିପାଖାତାରେ ଲେଖୁଥ#ବା ଦେଖିବାକୁ ମିଳୁଛିା ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ଅସ୍ଥାୟୀ ପ୍ରଦର୍ଶନୀ ମଣ୍ଡପ ଏକ ମ୍ୟୁଜିୟମ ସଦୃଶ ହୋଇଛି ବୋଲି ଅନେକେ ନିଜନିଜ ମଧ୍ୟରେ ବାର୍ତ୍ତାଳାପ କରୁଛନ୍ତିା

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories