www.samajalive.in
Tuesday, December 9, 2025
15.1 C
Bhubaneswar

ମାତିଲେଣି ସାଇବର ଲୁଟେରା : ୬ ମାସରେ ରାଜଧାନୀରୁ ୩୬ କୋଟି ଲୁଟ୍

ଭୁବନେଶ୍ଵର: ରାଜ୍ୟରେ ବଢି ବଢି ଚାଲିଛି ସାଇବର ଅପରାଧ। ୨୦୨୪ ଜାନୁଆରୀରୁ ଜୁନ୍ ମାସ ଅର୍ଥାତ୍ ୬ମାସ ମଧ୍ୟରେ ଭୁବନେଶ୍ଵରରେ ସାଇବର ଅପରାଧ ଜନିତ ୨୩୯୪ଟି ରିପୋର୍ଟ ଥାନାକୁ ଆସିଛି। ଏଥିମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି। ଏସବୁ ମାମଲାରେ ମୋଟ୍ ୩୬କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ। ଘଟଣାର ତଦନ୍ତ ବେଳେ ବିଭିନ୍ନ ଆକାଉଣ୍ଟରେ ୯କୋଟି ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି। ଠକେଇର ଶିକାର ହୋଇଥିବା ଲୋକମାନେ ମୋଟ୍  ୪୬ ଲକ୍ଷ ଟଙ୍କା ଫେରସ୍ତ ପାଇଲେଣି। ସାଇବର ଠକେଇ ମାମଲା ମଧ୍ୟରୁ ଅଧିକାଂଶ ୟୁପିଆଇ ଠକେଇ, ସୋସିଆଲ ମିଡିଆ ଠକେଇ, ପାର୍ସଲ ଜନିତ ଠକେଇ ଏବଂ ସିମ୍ କେଓ୍ବାଇସି ନେଇ ମେସେଜ୍ ଦେବା ସମ୍ପର୍କିତ ଠକେଇ ରହିଛି। ସାଇବର ଅପରାଧର ତଦନ୍ତ କରି କମିଶନରେଟ୍ ପୁଲିସ୍ ଏପର୍ଯ୍ୟନ୍ତ ୨୧ଜଣ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି। ଏମାନଙ୍କ ମଧ୍ୟରେ ୫ଜଣ ଆନ୍ତଃରାଜ୍ୟ ସାଇବର ଠକ ରହିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories