www.samajalive.in
Saturday, December 13, 2025
26.1 C
Bhubaneswar

ମାଓ ବର୍ବରତା: ପୁଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି: ପୁଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା । ଛତିଶଗଡ ସୁକମାରେ ମାଓ ବର୍ବରତା ଦେଖିବାକୁ ମିଳିଛି। ସୁକମା କିଷ୍ଟାରାମ୍ ଜଙ୍ଗଲରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ମାଣ୍ଡଭି ରାଜାରାବ ବୋଲି ଜଣାପଡିଛି। ପୁଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଏପରିକି ଅନ୍ୟ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ମାଓବାଦୀମାନେ ପ୍ରଜାକୋର୍ଟ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି।  ବୁଧବାର କିଛି ମାଓବାଦୀ ମାଣ୍ଡବି ଏବଂ ଦୁଇ ଯୁବକଙ୍କୁ ଘରୁ ଡାକି ନେଇଥିଲେ । ଏବଂ ପରେ ପ୍ରଜା କୋର୍ଟ କରି ମାଣ୍ଡଭିଙ୍କୁ ହତ୍ୟା କରିଥିବାବେଳେ ଦୁଇ ଯୁବକଙ୍କୁ ନିର୍ଧୁମ୍ ମାଡ ମାରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories