ବଜ୍ରପାତରେ ୫୨ ମୃତ, ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି..
ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ପ୍ରଭାବ ଜାରି ରହିଛି । ମୌସୁମୀ ପ୍ରଭାବରେ ଉତ୍ତର ଭାରତର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି । ରାଜଧାନୀ ଦିଲ୍ଲୀରେ ୨୮ ଜୁନ୍ରେ ହୋଇଥିବା ବର୍ଷା ରେକର୍ଡ ଭାଙ୍ଗିଛି । ଦିଲ୍ଲୀ ଓ ମୁମ୍ବଇର ଅଧିକାଂଶ ସ୍ଥାନରେ ଜଳମଗ୍ନ ହୋଇଛି । ସେହିପରି ବୁଧବାର ପୂର୍ବ ଓ ମଧ୍ୟ ଉତ୍ତର ପ୍ରଦେଶରେ ବଜ୍ରପାତରେ ଅନେକ ଜୀବନ ଚାଲି ଯାଇଛି । ଏଠାରେ ବଜ୍ରପାତରେ ୪୭ ଜଣଙ୍କ ଜୀବନ ଚାଲି ଯାଇଛି । ଏହାବ୍ୟତୀତ ମେନପୁରିରେ ମଧ୍ୟ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି । କିଛି ଲୋକେ ଆହତ ହୋଇଥିବା ମଧ୍ୟ ଜଣାପଡିଛି ।
ଆଶ୍ଚର୍ଯ୍ୟ କରିବ ଦେଖନ୍ତୁ ଭିଡିଓ ; ଗାଜର, ମୂଳା ଭଳି ଯୁବତୀ ଖାଇଲେ କଞ୍ଚା ସାପ..
ଉତ୍ତରପ୍ରଦେଶରେ ବଜ୍ରପାତରେ ପ୍ରାୟ ୫୨ ଜଣଙ୍କ ମୃତ୍ୟୁ ମୃତ୍ୟୁ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ବାରାଣସୀ, ଆଜମଗଡ ଆଦି ଅଞ୍ଚଳରେ ବର୍ଷା ହେବା ଫଳରେ ଗରମରୁ ଆଶ୍ୱସ୍ତି ମିଳିଛି । ମାତ୍ର ବଜ୍ରପାତ କାରଣରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୭ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଥିଲେ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Comments are closed.