ମଙ୍ଗଳଙ୍କ ରାଶି ପରିବର୍ତ୍ତନ ; ଚମକାଇବେ ଏହି ୫ ରାଶିଙ୍କ ଭାଗ୍ୟ, ଦେବେ ଧନ, ଚାକିରି, ସଫଳତା..

ସେନାପତି ମଙ୍ଗଳ ରାଶି ପରିବର୍ତ୍ତନ କରିବେ । ୧୨ ଜୁଲାଇରେ ସେ ନିଜ ପ୍ରଥମ ଘର ଛାଡି ଶୁକ୍ରଙ୍କ ଘରେ ପ୍ରବେଶ କରିବେ । ଏଠାରେ ତାଙ୍କୁ ବୃହସ୍ପତିଙ୍କ ସାନିଧ୍ୟ ୪୬ ଦିନ ପର୍ଯ୍ୟନ୍ତ ମିଳିବ । ଅର୍ଥାତ୍ ୨୬ ଅଗଷ୍ଟ ପର୍ଯ୍ୟନ୍ତ ବୃଷ ରାଶିରେ ରହିବେ । ମଙ୍ଗଳଙ୍କ ରାଶି ପରିବର୍ତ୍ତନ ସମସ୍ତ ୧୨ ରାଶିଙ୍କ ପାଇଁ ଖୁବ୍ ଖାସ୍ । ମାତ୍ର ୫ଟି ରାଶି ବ୍ୟକ୍ତି ବିଶେଷଙ୍କୁ ମଙ୍ଗଳ ଗ୍ରହଙ୍କ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ।

ବୃଷ – ମଙ୍ଗଳଙ୍କ ଚଳନ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଙ୍କର ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ପଦନ୍ନୋତି ସହ ମନ ପସନ୍ଦର ସ୍ଥାନକୁ ଯିବା ସହ ନୂତନ ଚାକିରି ମଧ୍ୟ ମିଳିବ । ବ୍ୟବସାୟୀ ଲାଭବାନ୍ ହେବେ । ଅଧିକ ଟଙ୍କା ରୋଜଗାର କରିବା ପାଇଁ ମଧ୍ୟ ସୁଯୋଗ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ । ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ଓ ସୁଖ ବୃଦ୍ଧି ହେବ।

୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ସାହସ ଓ ପରାକ୍ରମ ବୃଦ୍ଧି ପାଇବ,ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ନୂଆ ଚାକିରି ମିଳିବ । ପରିଶ୍ରମ କରିବା ଦ୍ୱାରା ସଫଳତା ପାଇବେ । ନୂତନ ଯାନ ଓ ଭୂମି କିଣିବାର ଇଚ୍ଛା ପୂରଣ ହେବ।

କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ମାଲାମାଲ୍ ହେବେ । ଚାକିରି କରୁଥିବା ବ୍ୟକ୍ତି ବିଶେଷ ଲାଭବାନ୍ ହେବେ । ପଦ ଓ ପ୍ରତିଷ୍ଠା ବୃଦ୍ଧି ହେବ । ବ୍ୟବସାୟୀ ଲାଭବାନ୍ ହେବେ । ବିଦ୍ୟାର୍ଥୀ ଲାଭବାନ୍ ହେବେ।

ବିଛା – ଏହି ରାଶିର ସ୍ୱାମୀ ହୋଇଥିବା କାରଣରୁ ବୃଷ ରାଶିରେ ମଙ୍ଗଳ ପ୍ରବେଶ କରିବାର ସକରାତ୍ମକ ପ୍ରଭାବ ମିଳିବ । ସରକାରୀ  କାର୍ଯ୍ୟରେ ସଫଳତା ପାଇବେ । ନିବେଶ ପାଇଁ ଉତ୍ତମ ସମୟ । ପରିବାର ପାଇଁ ନୂତନ ଘର ଓ କିମ୍ବା ଯାନ କିଣିବାର ସୁଯୋଗ ମିଳିବ।

ମୀନ – ମୀନ ରାଶି ବ୍ୟକ୍ତି ବିଶେଷଙ୍କର ସାହସ ଓ ପରାକ୍ରମ ମଙ୍ଗଳଦେବ ବୃଦ୍ଧି କରିବେ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ବ୍ୟବସାୟୀ ଲାଭବାନ୍ ହେବେ । ବିଦେଶ ଯିବାର ଇଚ୍ଛା ପୂରଣ ହେବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ ।

 

Comments are closed.