www.samajalive.in
Saturday, December 13, 2025
26.1 C
Bhubaneswar

ଚାନ୍ଦବାଲି ଥାନାରେ ମହିଳାଙ୍କୁ ଆକ୍ରମଣ ପ୍ରସଙ୍ଗ: ୪ ସପ୍ତାହରେ ରିପୋର୍ଟ ଦାଖଲ ନିର୍ଦେଶ

ଚାନ୍ଦବାଲି : ଭଦ୍ରକ ଜିଲା ଚାନ୍ଦବାଲି ଥାନା ପରିସରରେ ଜୁନ ୨୫ ତାରିଖରେ ଜଣେ ଦଳିତ ମହିଳାଙ୍କୁ ଉକ୍ତ ଥାନାର ଜଣେ ଏଏସଆଇ, କନଷ୍ଟେବଳ ଓ ଗୃହରକ୍ଷୀଙ୍କ ଅମାନୁଷିକ ଆକ୍ରମଣ ମାମଲା ଦିନକୁ ଦିନ ଗୁରୁତର ରୂପ ନେଉଛି। ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ପକ୍ଷରୁ ଜାତୀୟ ମାନବିକ ଅଧିକାର ଆୟୋଗରେ ରୁଜୁ ଏକ ମାମଲାର ବିଚାର କରି ଅଦାଲତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ(ଡିଜି) ଓ ଭଦ୍ରକ ଏସ୍‌ପିଙ୍କ ନିକଟରୁ ମାମଲାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଅଦାଲତ ଏଭଳି ଏକ ମାମଲାରେ ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀଙ୍କ ଦ୍ବାରା ତଦନ୍ତ କରି ଘଟଣାର କାର୍ଯ୍ୟନୁଷ୍ଠାନ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଡିଜି ଓ ଏସପି ଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories