ହାଇଓ୍ବା ଧକ୍କାରେ ଝିଅ ମୃତ, ମା’ବାପା ଗୁରୁତର

ସମାଜ ଡିଜିଟାଲ ଡେସ୍କ: ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ଅନ୍ତର୍ଗତ ବାସିଙ୍ଗି ଗାଁର ଭୂର୍ସା ନିକଟରେ ବୁଧବାର ଏକ ହାଇଓ୍ବା ଧକ୍କାରେ ଜଣେ ଝିଅର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଝିଅର ମା’ ଏବଂ ବାପା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମା’ବାପା ଓ ଝିଅ ୩ ଜଣ ମିଶି ଏକ ସ୍କୁଟିରେ ଯାଉଥିଲାବେଳେ ଗୋଟିଏ ହାଇଓ୍ବା ସେମାନଙ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା।

Comments are closed.