www.samajalive.in
Saturday, December 6, 2025
16.1 C
Bhubaneswar

କନ୍ଧମାଳ ସାଂସଦଙ୍କ କଣ୍ଟାମାଳ ଗସ୍ତ, ଅଞ୍ଚଳର ବିକାଶ ପ୍ରତି ଗୁରୁତ୍ୱ

ଘଣ୍ଟାପଡା: ଦିନିକିଆ କଣ୍ଟାମାଳ ଗସ୍ତରେ ଆସିଛନ୍ତି ନବନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ। ମଙ୍ଗଳବାର ସକାଳୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରୁ ବାହାରି ବୌଦ୍ଧ ଜିଲ୍ଲାର ସୀମାନ୍ତ ଖୁଣ୍ଟିଗୋରାରେ ପହଞ୍ଚିବା ପରେ ବିଜେପି କର୍ମୀମାନେ ଫୁଲଲୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେl ଏହି ଅବସରରେ ଏକ ସଭାର ଆୟୋଜନ ହୋଇଥିଲା। ସଭାରେ ସାଂସଦ ଶ୍ରୀ ପାଣିଗ୍ରାହୀ ଓ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ସ୍ଥାନୀୟ ମତଦାତା ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଓ ସାମୁହିକ ବିକାଶ ଦିଗରେ ଗୁରୁତ୍ୱ ଦେବାକୁ ପ୍ରତିଶୃତି ଦେଇଥିଲେ। ସଭାପରେ ସେଠାରୁ ବାହାରି ଆମ୍ବଗାଁ, ଘଣ୍ଟାପଡ଼ା, ମଲିକୁଦ, କଣ୍ଟାମାଳ, ରୁଣ୍ଡିମହୁଲ, ପଲସାଗୋରା, ମନମୁଣ୍ଡା, ବାଉଁଶୁଣି ଦେଇ ବୌଦ୍ଧ ବ୍ଳକ ଅଭିମୁଖେ ଯାତ୍ରା କରିଥିଲେ। ସମସ୍ତ ଛକରେ ବିଜେପି କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ଯୁବ ବିଜେପି ସଭାପତି ଅଟଳ ପ୍ରଧାନ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ପୂର୍ବତନ ରାଜ୍ୟ ବୟନିକା ସଭାପତି ଶେଷଦେବ ମେହେର, ଘଣ୍ଟାପଡ଼ା ବିଜେପି ମଣ୍ଡଳ ସଭାପତି ପିନାକଧର ରଣା, ଜିଲ୍ଲା ପ୍ରଭାରୀ କୃଷ୍ଣ ମିଶ୍ର, ବରିଷ୍ଠ ବିଜେପି ନେତା ନବିନ ମହାପାତ୍ର, ଯୁବନେତା ଓମ୍ ପ୍ରକାଶ ମିଶ୍ର, ଆଦିବାସୀ ନେତା ଡମ୍ବରୁଧର କହଁର ଏବଂ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories