www.samajalive.in
Saturday, December 6, 2025
17.1 C
Bhubaneswar

ଆୟୁଷ୍ମାନ ଭାରତ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ, ୫ ନୁହେଁ ଏଥର ୧୦ ଲକ୍ଷ..

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆଗାମୀ ତିନି ବର୍ଷ ମଧ୍ୟରେ ଦ୍ୱିଗୁଣିତ କରିବା ନେଇ ଗୁରୁତର ସହ ବିଚାର କରୁଛନ୍ତି। ସରକାର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ଏବଂ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କଭରେଜକୁ ବାର୍ଷିକ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ମିଳିଥିବା ସୂଚନା ମୁତାବକ, ଯଦି ପ୍ରସ୍ତାବକୁ ଅନୁମୋଦନ ମିଳେ ତେବେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ଆକଳନ ଅନୁଯାୟୀ ଏଥିପାଇଁ ବାର୍ଷିକ ୧୨,୦୭୬ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ। ବର୍ତ୍ତମାନ ୫ ଲକ୍ଷ ଥିବା ବିମା ରାଶିର ସୀମାକୁ ବଢାଇ ୧୦ ଲକ୍ଷ ଟଙ୍କା କରିବାକୁ ମଧ୍ୟ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି। ଚଳିତ ମାସ ଶେଷରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ର ବଜେଟରେ ଏହି ପ୍ରସ୍ତାବ କିମ୍ବା ଏହାର କିଛି ଅଂଶ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories