www.samajalive.in
Sunday, December 7, 2025
16.1 C
Bhubaneswar

ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ ଭାବ  ରଖି କାର୍ଯ୍ୟ କଲେ ସଫଳତା ଓ ଆନନ୍ଦ ମିଳେ

ଆଠଗଡ: ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ୪୫ତମ ଭଜନ ସମାରୋହ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ପ୍ରତିମା ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଆଠଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଭଜନ ଓ ପ୍ରବଚନ କାର୍ଯ୍ୟ ୟକ୍ରମକୁ ଉଦଘାଟନ କରିଥିଲେ ।
ସେବା ସଂସ୍ଥାର ଉପସଭାପତି ତଥା ଓକିଲ ସଂଘର ପୂର୍ବତନ ସଭାପତି ଜଗଦାନନ୍ଦ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଯୋଗ ଦେଇଥିଲେ । ସଂପାଦକ ପାର୍ଥସାରଥି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ଉଦବୋଧନ ଦେଇ ବିଧାୟକ ଶ୍ରୀ ସ୍ଵାଇଁ ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ବଡ ଠାକୁରଙ୍କ ମାନବୀୟ ଲୀଳାଖେଳା ବିଶ୍ୱରେ ଅନନ୍ୟ ଏବଂ ବିଶ୍ବନିୟନ୍ତା ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମର୍ପଣ ଭାବ  ରଖି କାର୍ଯ୍ୟ କଲେ ସଫଳତା ଓ ଆନନ୍ଦ ମିଳେ ବୋଲି ମତପ୍ରକାଶ କରିଥିଲେ ।
ନଗରପାଳ ଶ୍ରୀମତି ରାଉତ ଜଗନ୍ନାଥ ସେବା ସଂସ୍ଥାର ଦୀର୍ଘ ୪୫ ବର୍ଷ ଧରି ଆଠଗଡ ରଥଯାତ୍ରା ସମୟରେ ଏପରି ଭଜନ ସମାରୋହ ଆୟୋଜନ କରି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରୁଥିବାରୁ   ସଂସ୍ଥାର ଉଦ୍ୟୋକ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଥମ ସନ୍ଧ୍ୟାରେ ଓଡିଶାର ସୁପ୍ରସିଦ୍ଧ ଗାୟକ ଶ୍ରୀ ଚରଣ ଓ ତାଙ୍କ ସାଥୀଗଣ ଉଚ୍ଚକୋଟୀର ଭଜନ ପରିବେଷଣ କରି ଉପସ୍ଥିତ ଶହ ଶହ ଶ୍ରୋତାଙ୍କ ମନ ମୋହିଥିଲେ ।
ଏହି ଅବସରରେ  ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱର୍ଗତ ପ୍ରଧାନଶିକ୍ଷକ ଭୁବନାନନ୍ଦ ପଟ୍ଟନାୟକଙ୍କ ସହଧର୍ମିଣୀ ମୈଥିଳି ପଟ୍ଟନାୟକଙ୍କ ଦ୍ବାରା ପ୍ରଦତ୍ତ ୧୦ ହଜାର ଟଙ୍କାର ଏକ ଚେକ୍ ଶ୍ରୀ ଚରଣଙ୍କୁ ମୁଖ୍ଯଅତିଥି ଶ୍ରୀ ସ୍ୱାଇଁ ପ୍ରଦାନ କରିଥିଲେ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ଯ ଜଗନ୍ନାଥ ସେବା ସଂସ୍ଥା ପକ୍ଷରୁ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅଧରପଣା ଓ ଆନନ୍ଦ ବଜାରରେ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଂସ୍ଥାର ବରିଷ୍ଠ ସଦସ୍ୟ ରାଧାନାଥ ଦାସ, ବିରଞ୍ଚି ନାରାୟଣ ବେଜ, ବିପିନ ବିହାରୀ ପଟ୍ଟନାୟକ, ମହେଶ ପ୍ରସାଦ ବାରିକ, ସହସମ୍ପାଦକ ଅଜୟ ଦାସ, ହରପ୍ରସାଦ ବାରିକ, ସୁଶୀଲ ମହାରଣା ପ୍ରଦୀମ କୁମାର ଦାସ, ସୋମୁ ହରିଚନ୍ଦନ ସହଯୋଗ କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories