www.samajalive.in
Saturday, December 6, 2025
26.1 C
Bhubaneswar

ଫ୍ରାନ୍ସକୁ ଇସ୍ରାଏଲର କଡ଼ା ବାର୍ତ୍ତା- ‘ତୁମ ସମର୍ଥନ ବିନା ବି ଜିତିବୁ’

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। ଇସ୍ରାଏଲକୁ ଚାରିପଟୁ ଶତ୍ରୁ ଘେରି ରହିଥିବାବେଳେ ଏହି ଛୋଟିଆ ଦେଶ ସେମାନଙ୍କର କଡ଼ା ମୁକାବିଲା ଜାରି ରଖିଛି। ଏଭଳି ସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ କଟକଣା ଲଗାଇବାକୁ ପଶ୍ଚିମ ଦେଶଗୁଡ଼ିକୁ ପରାମର୍ଶ ଦେଇଛନ୍ତି। କୁଟନୈତିକ ସ୍ତରରେ ଗାଜାପଟି ବିବାଦର ସମାଧାନ କରିବାକୁ ମାକ୍ରନ କହିଛନ୍ତି। ଯାହାକୁ ନେଇ ଏବେ ଇସ୍ରାଏଲ ଫ୍ରାନ୍ସକୁ କଡ଼ା ବାର୍ତ୍ତା ଦେଇଛି। ମାକ୍ରନଙ୍କ ଏପରି ମନ୍ତବ୍ୟ ଲଜ୍ଜାଜନକ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି।

ନେତାନ୍ୟାହୁ କହିଛନ୍ତି, ଇରାନ ନେତୃତ୍ଵରେ ଇସ୍ରାଏଲ ବିରୋଧରେ ନୃଶଂସତାର ସହିତ ଯୁଦ୍ଧ ଚାଳିଛି। ସମସ୍ତ ସଭ୍ୟ ଦେଶଗୁଡ଼ିକୁ ଇସ୍ରାଏଲକୁ ଦୃଢ଼ ସମର୍ଥନ କରିବା ଉଚିତ। କିନ୍ତୁ ମାକ୍ରନ ଏବଂ ଅନ୍ୟ କେତେକ ପାଶ୍ଚାତ୍ୟ ଦେଶ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ କଟକଣା ଲାଗୁ କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ।

- Advertisement -

ସେ ଆହୁରି କହିଛନ୍ତି, ଇସ୍ରାଏଲ ବର୍ତ୍ତମାନ ୭ଟି ଶତ୍ରୁପକ୍ଷ ସହିତ ଲଢେଇ ଜାରି ରଖିଛି। ପଶ୍ଚିମ ଦେଶଗୁଡ଼ିକ ସହାୟତା କରନ୍ତୁ, କି ନ କରନ୍ତୁ, ଇସ୍ରାଏଲ ବିଜୟୀ ହେବ ବୋଲି ସେ କହିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories