ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରର ଚେମ୍ବୁର ଅଞ୍ଚଳରେ ରବିବାର ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। କୋଠାରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। କୋଠାର ତଳ ମହଲାରେ ଥିବା ଏକ ଦୋକାନରେ ଶର୍ଟସର୍କିଟ ଯୋଗୁ ନିଆଁ ବ୍ୟାପିଥିଲା। ଯାହାଫଳରେ ଉପର ମହଲାରେ ରହୁଥିବା ପରିବାର ଲୋକେ ନିଆଁ କବଳରେ ଆସି ପ୍ରାଣ ହରାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
Popular Categories



