କୋଡ଼ିଏ ଫୁଟ ତଳକୁ ଖସିଲା ଇଟା ବୋଝେଇ ଟ୍ରାକ୍ଟର, ୮ ଆହତ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୂତୁଡ଼ିଠାରେ ଚାଲିଥିବା ଏକ ନିର୍ମାଣକାମକୁ ଫୁଲବାଣୀଠାରୁ ଇଟା ନେଇ ଯାଉଥିବା ଟ୍ରାକ୍ଟର ପୁତୁଡ଼ିଠାରୁ ପ୍ରାୟ ଏକ କିଲୋମିଟର ପୂର୍ବରୁ ଭାରସାମ୍ୟ ହରାଇ ରାସ୍ତାରୁ କୋଡ଼ିଏ ଫୁଟ ତଳକୁ ଖସି ପଡ଼ିଛି । ଫଳରେ ଚାରି ମହିଳା ଶ୍ରମିକ ସମେତ ଆଠ ଜଣ ଶ୍ରମିକ ଆହତ ହୋଇଛନ୍ତି। ସ୍ଥାନୀୟ ଯୁବକଙ୍କ ଦ୍ଵାରା ଖବର ପାଇ ଫୁଲବାଣୀ ଦମକଳ ବାହିନୀ, ସଦର ପୁଲିସ, ଦୁଇଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତମାନଙ୍କ ମଧ୍ୟରୁ ତୁଡ଼ିପାଜୁ ପଞ୍ଚାୟତ ସ୍ଥିତ ସେସାକେରା ଗ୍ରାମର ପ୍ରମୋଦିନି କହଁର, ଜସନ୍ତି କହଁର, ବନିତା କହଁର, ରୁଜାଙ୍ଗିରେ ରହି କାମ ଦେଖାଶୁଣା କରୁଥିବା ଭଦ୍ରକର ସୁରେନ୍ଦ୍ର ସାମଲ, ମିଣିଆ ଅଞ୍ଚଳର ମିସ୍ତ୍ରୀ କୁନାଲ୍ ଭୁକ୍ତା, ପ୍ରମୁଖ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସାମାନ୍ୟ ଆହତଙ୍କୁ ମଧ୍ୟ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।

ନିର୍ମାଣ ହୋଇପାରୁନି ରଥ, ପହଣ୍ଡିରେ ମାଉସୀମା ମନ୍ଦିର ଗଲେ ତିନି ମୂର୍ତ୍ତି 

Comments are closed.