ନିର୍ମାଣ ହୋଇପାରୁନି ରଥ, ପହଣ୍ଡିରେ ମାଉସୀମା ମନ୍ଦିର ଗଲେ ତିନି ମୂର୍ତ୍ତି 

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡି ଗ୍ରାମରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିରର ରଥ ନଥିବା ଯୋଗୁଁ ତିନି ମୂର୍ତ୍ତିକୁ ପହଣ୍ଡି କରାଯାଇ ମାଉସୀମା ମନ୍ଦିରକୁ ବିଜେ କରାଯାଇଛି । ଏହି ଅବସରରେ  ଆର. ସୁବାଣୀ ଗ୍ରାମର କର୍ତ୍ତା ଭି. ରାଜୁ ରେଡ୍ଡୀଙ୍କ ତତ୍ବାବଧାନରେ ରେଡ୍ଡୀ ସଂଘମ୍ ଦ୍ବାରା ଏହି  ରଥଯାତ୍ରା ସମାପନ ହୋଇଥିଲା। ଦୀର୍ଘ ୨୭ ବର୍ଷ ହେଲା ରଥ ନଥାଇ ରଥ ଯାତ୍ରା ହେବା କ୍ଷୋଭର ବିଷୟ ବୋଲି ଅଞ୍ଚଳବାସୀ ଏବଂ ରେଡ୍ଡୀ ସଂଘମ୍ କହିଛନ୍ତି।

ଗତ ୨୭ ବର୍ଷ ତଳେ ରଥଚକ ତଳେ ଗ୍ରାମର ଜଣେ ବ୍ୟକ୍ତି ମୃତ୍ୟୁ ଘଟିଥିଲା। ଏହା ପରେ ନୂଆ ରଥ ନିର୍ମାଣ ନିମନ୍ତେ ମନ୍ଦିର କମିଟି ସ୍ଥିର କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇ ପାରିନଥିଲା। ଏହା ସହ ରଥର ସମସ୍ତ ସାମଗ୍ରୀ ରଖିବା ପାଇଁ ଉଦ୍ଦିଷ୍ଟ ଥିବା ଘରଟି ମଧ୍ୟ ଭାଙ୍ଗିଯିବା ଯୋଗୁଁ ରଥରେ ବ୍ୟବହୃତ କାଠ ଗୁଡ଼ିକ ନଷ୍ଟ ହୋଇଯାଇଥିଲା । ଆଜି ପର୍ଯ୍ୟନ୍ତ ଆଉ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ସଂଗ୍ରହ ହୋଇ ପାରୁନଥିବାରୁ ପହଣ୍ଡି କରି ମୂର୍ତ୍ତିଙ୍କୁ ମାଉସୀମା ମନ୍ଦିର ନିଆଯାଉଥିବା ଗ୍ରାମବାସୀ କହିଛନ୍ତି।

ବଜାଜ ଫ୍ରିଡମ୍: ମାଇଲେଜ୍ ୧୧୫, ଜାଣନ୍ତୁ ଦାମ୍ ଓ ଫିଚର୍ସ

Comments are closed.