www.samajalive.in
Wednesday, December 10, 2025
16.1 C
Bhubaneswar

ବେଆଇନ ନିଶା କାରବାର ବନ୍ଦ କରିବାକୁ ନେଇ ଧନୁପାଲି ଥାନାରେ ଦାବି

ସମ୍ବଲପୁର: ସମ୍ବଲପୁରର ସ୍ପର୍ଶକାତର ଥାନା ରୂପେ ପରିଚିତ ଧନୁପାଲି ଥାନାଞ୍ଚଳର ନିବାସୀ ମାନେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଦାବି କରିଛନ୍ତି। ଶନିବାର ପୂର୍ବାହ୍ନରେ ଏହି ମର୍ମରେ ଅଞ୍ଚଳବାସୀ ମାନେ ଧନୁପାଲି ଥାନାକୁ ଆସି ସୁନାପାଲିରୁ ଭୁତାପଡ଼ା ପର୍ଯ୍ୟନ୍ତ ଥିବା ଅଞ୍ଚଳରେ ବେଆଇନ ନିଶା କାରବାର ଜୋରସୋରରେ ଚାଲୁଥିବା ବେଳେ ଏହାକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ଅଞ୍ଚଳବାସୀ ମାନେ ଥାନାରେ ଅଭିଯୋଗ କରିଛନ୍ତି ଯେ, ବହୁ ଦିନ ହେବ ସୁନାପାଲି ରୁ ଭୁତାପଡ଼ା ପର୍ଯ୍ୟନ୍ତ ଅଞ୍ଚଳରେ ବେଆଇନ ଭାବରେ ନିଶା କାରବାର ଅହେତୁକ ବୃଦ୍ଧି ପାଇଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ନିୟମ ଉଲ୍ଲଂଘନ କରି ବ୍ରାଉନସୁଗାର, ଗଞ୍ଜେଇ ଓ ନିଶା କଫ ସିରପ କାରବାରକୁ ଖୋଲାଖୋଲି ଭାବରେ କରୁଛନ୍ତି। ଫଳରେ ଅଞ୍ଚଳରେ ବିଭିନ୍ନ ସମୟରେ ଅପରାଧିକ ଗତିବିଧି, ଅନେକ ସମୟରେ ପରିବେଶ ଅଶାନ୍ତ ଓ ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବାରୁ ଲୋକେ ଏହାକୁ ବିରୋଧ କରିଲେ ନିଶା କାରବାରୀ ମାନେ ଖୋଲାଖୋଲି ଭାବରେ ଧମକ ଚମକ ଦେଉଛନ୍ତି। ଏହି ଘଟଣାକୁ ନେଇ ପୂର୍ବରୁ ପୁଲିସକୁ ସୂଚନା ଦିଆଯାଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଏଣୁ ଅଞ୍ଚଳବାସୀ ଥାନାଧିକାରୀଙ୍କୁ ସାକ୍ଷାତ କରି ବେଆଇନ ନିଶା କାରବାର ଉପରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories