www.samajalive.in
Wednesday, December 10, 2025
16.1 C
Bhubaneswar

ବୁଢ଼ାରଜା ବନ ସଂରକ୍ଷଣ ସମିତ ପକ୍ଷରୁ ବନ ମହୋତ୍ସବ

ସମ୍ବଲପୁର: ସମ୍ବଲପୁରର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ସ୍ଥାନୀୟ ବୁଢ଼ାରଜା ପାହାଡ ଠାରେ ବନ ମହୋତ୍ସବ ପାଳନ କରାଯାଇଛି। ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତି ସଭାପତି ମେଘୁ ମୁଣ୍ଡା, ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର, ରଶ୍ମି ରଞ୍ଜନ ମହାପାତ୍ର ଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ସାମିଲ ହୋଇଥିଲେ। ସମ୍ବଲପୁର ବନଖଣ୍ଡ ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟାଉନ ବନାଞ୍ଚଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ। ଜନତାଙ୍କ ମଧ୍ୟରେ ଗଛ ଲଗାନ୍ତୁ, ପରିବେଶ ସୁରକ୍ଷା ରଖନ୍ତୁ ଆଦି ସ୍ଲୋଗାନ ଦେଇ ଜନସଚେତନା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ସମେତ ବନ କର୍ମଚାରୀ ଓ ସମିତିର ସଦସ୍ୟ ମାନେ ମିଳିତ ଭାବରେ ବିଭିନ୍ନ ପ୍ରଜାତି ଯଥା ପିପଳ, ବର, କୃଷ୍ଣ ଚୂଡା, ରାଧା ଚୂଡା, ଆମ୍ବ, ଆଦି ଚାରାରୋପଣ କରାଯାଇ ବୁଢ଼ାରଜା ପାହାଡ ଅଞ୍ଚଳରେ ସବୁଜ ପରିବେଶ ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି ଏବଂ ଜନତାଙ୍କୁ ସଚେତନ କରାଯାଇଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories