www.samajalive.in
Monday, December 8, 2025
24.1 C
Bhubaneswar

ଭାଇରାଲ୍ ; କ୍ୟାବ୍ ବୁକ୍ ପରେ ଆସିଲା ଏମିତି ମେସେଜ୍ ,ବ୍ୟକ୍ତିଙ୍କ ଉଡିଗଲା ହୋସ୍..

ନୂଆଦିଲ୍ଲୀ : ଡିଜିଟାଲ ମିଡିଆ ମାଧ୍ୟମରେ ବର୍ତ୍ତମାନ ଲୋକଙ୍କ ନିକଟରେ କାର୍ ଠାରୁ ଆରମ୍ଭ କରି ବାଇକ୍ ପହଞ୍ଚି ଯାଉଛି। ଏଥିରେ ଲୋକେ ନିଜ ଗନ୍ତବ୍ୟସ୍ଥଳକୁ ମଧ୍ୟ ଯାଉଛନ୍ତି। ମାତ୍ର ଏହା ପୂର୍ବରୁ ଲୋକେ ରାସ୍ତା କଡରେ ଠିଆ ହୋଇ କାର୍, ଅଟୋ ଆଦିକୁ ଅପେକ୍ଷା କରୁଥିଲେ। ବର୍ତ୍ତମାନ ଗୋଟିଏ ଫୋନ୍ କଲ୍ ରେ ଘର ସାମ୍ନାକୁ ଗାଡି ଆସି ଯାଉଛି। କେବଳ ଫୋନ୍ ରେ ଗୋଟିଏ ଆପ୍ ଡାଉନଲୋଡ କରିବାର ଆବଶ୍ୟକତା ରହିଛି। କ୍ୟାବ୍ ବୁକ୍ କରି ଆରାମରେ ଯାତ୍ରା କରୁଛନ୍ତି। କ୍ୟାବ୍ ବୁକ୍ କରିବା ପରେ ବୁକ୍ କରିଥିବା ବ୍ୟକ୍ତି ବିଶେଷଙ୍କ ନିକଟକୁ ଏକ ମେସେଜ୍ ଆସିଥାଏ। ଯେ କ୍ୟାବ୍ ଆପଣଙ୍କ ନିକଟରେ ଅଛି। ତେବେ ଚିନ୍ତା କରନ୍ତୁ ଯଦି ମେସେଜ୍ ଆସେ ଆପଣଙ୍କୁ ନେବା ପାଇଁ ଯମରାଜ ଆସୁଛନ୍ତି, ପରିସ୍ଥିତି କ’ଣ ହେବ। ଏଭଳି ହିଁ ଏକ ଭିଡିଓର କିଛି ଅଂଶ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହାକୁ ଦେଖି ଜଣାପଡୁଛି ଜଣେ ବ୍ୟକ୍ତି ଓଲା ବୁକ୍ କରିଛନ୍ତି।


ଏହାପରେ ତାଙ୍କୁ ମେସେଜ ଆସୁଛି ଯମରାଜ ପହଞ୍ଚି ସାରିଛନ୍ତି। ଲୋକେସନ୍ ରେ ଅପେକ୍ଷା କରିଛନ୍ତି। ଏଭଳି ମେସେଜ୍ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କ୍ୟାବ୍ ବୁକ୍ କରିଥିବା ବ୍ୟକ୍ତି ଜଣକ ପ୍ରଥମେ ଏହି ମେସେଜ୍ ର ସ୍କ୍ରିନ୍ ସଟ୍ ନେବା ପରେ କ୍ୟାବ୍ କ୍ୟାନସଲ୍ କରିଥିଲେ।
ଏହି ଭାଇରାଲ୍ ମେସେଜ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ୍ ମଜା ନେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କିଛି ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି ପ୍ରଥମେ କ୍ୟାବ୍ ଚାଳକଙ୍କ ନାମ ଦେଖିବାର ଥିଲା।

ଜାଣନ୍ତୁ ଜିଓର ସବୁଠାରୁୁ ଶସ୍ତା ପ୍ଲାନ୍ ବିଷୟରେ..

- Advertisement -

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories