www.samajalive.in
Saturday, December 6, 2025
17.1 C
Bhubaneswar

ତୁନଗାଁ ରାସ୍ତା ଶୋଚନୀୟ, ସ୍କୁଲ୍ ଯିବାକୁ ଅମଙ୍ଗ ଛାତ୍ରଛାତ୍ରୀ

ଲଡୁଗାଁ: ସରକାର ଗାଁର ବିକାଶ ତଥା ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି । ଗ୍ରାମାଞ୍ଚଳ ଉନ୍ନତିକରଣ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି । ଗାଁ ରାସ୍ତାଘାଟ ସୁଗମ୍ୟ କରିବା ପାଇଁ କଂକ୍ରିଟ ରାସ୍ତା ନିର୍ମାଣ ସହ ଶିକ୍ଷା ବ୍ୟବସ୍ଥା କଥା ଯଦି କହିବା ସ୍ମାର୍ଟ କ୍ଲାସରୁମ୍ ତିଆରି କରାଯାଇଛି । ହେଲେ ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଦେଇଛି । କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟୁରା ପଞ୍ଚାୟତ ପ୍ରାୟ ତିନି ହଜାର ଜନସଂଖ୍ୟା ବିଶିଷ୍ଟ ତୁନଗାଁ ଗ୍ରାମ ମୁଖ୍ୟ କଂକ୍ରିଟ ରାସ୍ତା ଏବେ କାଦୁଅ ପଚପଚ ସାଙ୍ଗକୁ ପାଣିରେ ଭର୍ତ୍ତି ରହିଛି । ସେ ନେଇ ଏବେ ଗ୍ରାମବାସୀ ଏବେ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ ତୁନଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛକଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ବର୍ଷା ପଡ଼ିଲା କ୍ଷଣି ଶୋଚନୀୟ ହୋଇପଡ଼େ । ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଖାପାଖି ୧୩୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ରାସ୍ତାର ଏଭଳି ଦୂରବସ୍ଥା ଦେଖି ଛାତ୍ରଛାତ୍ରୀ ଏବେ ସ୍କୁଲ୍ ଯିବାକୁ ଅମଙ୍ଗ ହେଉଛନ୍ତି । ଏଥିଯୋଗୁଁ ଅବିଭାବକ ଚିନ୍ତାରେ ପଡ଼ିଛନ୍ତି ।

ଅନ୍ୟପକ୍ଷରେ ରାସ୍ତା କଡ଼ରେ ନା ଅଛି ଡ୍ରେନେଜ ବ୍ୟବସ୍ଥା ନା ମଇଳା ପାଣି ନିଷ୍କାସନ ହେଉଛି । ଯାହାକୁ ନେଇ ଗ୍ରାମବାସୀ ବାରମ୍ଵାର ଏ ବିଷୟରେ ଉକ୍ତ ପଞ୍ଚାୟତକୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଏବେ ପୁଣି ରଥଯାତ୍ରା ଓ ଲଗାଣ ବର୍ଷାକୁ ଆଖି ଆଗରେ ରଖି ସରପଞ୍ଚ କୁରୁକ୍ଷେତ୍ର ବେହେରାଙ୍କୁ ଅଭିଯୋଗ କଲାପରେ ବିଡିଓଙ୍କୁ ଯାଇ ଜଣାଅ ବୋଲି କହିଥିଲେ । ତେବେ ଏ ନେଇ ତୁନଗାଁବାସୀ ଗୁରୁବାର ଗାଁ ରାସ୍ତା ସମସ୍ୟା ବିଷୟରେ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ନେଇ କୋକସରା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ବିଡିଓ ସ୍ନେହପ୍ରଭା ମାଝୀ କୌଣସି କାମ ଯୋଗୁଁ ଅନୁପସ୍ଥିତ ଥିବା ବେଳେ ବିଭାଗୀୟ ଅଧିକାରୀ ତଥା ହିସାବ ରକ୍ଷକ ଵିନୋଦ ବିହାରୀ ନାଏକଙ୍କୁ ଦାବିପତ୍ର ଦେଇଥିଲେ । ତେବେ ତୁରନ୍ତ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମର ପ୍ରେମଲାଲ ଶବର, ସୁରେନ୍ଦ୍ର ଶବର, ଭଗବାନ ପଟେଲ, ଚୂଡାମଣି ଶବର ସମେତ ଶତାଧିକ ଗ୍ରାମବାସୀ ଓ ଅବିଭାବକମାନେ ଚେତାବନୀ ଦେଇଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories