www.samajalive.in
Friday, December 5, 2025
27.1 C
Bhubaneswar

ନିଜେ ପିନ୍ଧି ନଥିଲେ ହେଲମେଟ୍, କାଟିଲେ ୨୩ ହଜାର ଟଙ୍କାର ଚାଲାଣ: କହିଲେ ଏମିତି..

ନୂଆଦିଲ୍ଲୀ : ଗାଜିଆବାଦର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୁଲିସ ଅଧିକାରୀ ବିନା ହେଲମେଟରେ ବାଇକ୍ ଉପରେ ବସିଥିବା ନଜର ଆସୁଛନ୍ତି । କୁହାଯାଉଛି କି ଗାଜିଆବାଦର ଲୋନି ଅଞ୍ଚଳରେ ଏକ ବାଇକର ୨୩ ହଜାର ଟଙ୍କା ଚାଲାଣ କଟାଯାଇଥିଲା ଯାହାକୁ ନେଇ ବିବାଦ ହୋଇଥିଲା  । ଚାଲାଣ କଟାଯାଇଥିବା ଯୁବକଙ୍କ କହିବାନୁସାରେ ଯେତେବେଳେ ପୁଲିସ ବାବୁ ବିନା ହେଲମେଟରେ ଯାତ୍ରା କରୁଛନ୍ତି ତାଙ୍କର ମଧ୍ୟ ଚାଲାଣ କଟାଯିବା ଉଚିତ୍ । ଭିଡିଓରେ ଯୁବକ ଜଣକ ପୁଲିସ ବାବୁଙ୍କ ଯୁକ୍ତି କରୁଥିବା ନଜର ଆସୁଛି । ଯୁବକ ଜଣକ ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ସେୟାର କରିଛନ୍ତି । ସେ ନିଜ ପୋଷ୍ଟରେ ପୁଲିସ କମିଶନରଙ୍କୁ ଟ୍ୟାଗ୍ କରି ସେହି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

- Advertisement -

ଘଟଣାଟି ଗୁରୁବାରର । ଲୋନି ଅଞ୍ଚଳର ଇନ୍ଦପୁରୀ ନିକଟରେ ଜଣେ ବାଇକ ଚାଳକଙ୍କ ୨୩ ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ଏହା ପରେ ସେ ହଙ୍ଗାମା କରିଦେଲେ । ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍ ବୋଲି କହି ସେ ଭିଡିଓ କରିଦେଲେ । ଦୁର୍ଭାଗ୍ୟବଶତଃ ପୁଲିସବାବୁ ଜଣକ ମଧ୍ୟ ହେଲମେଟ୍ ପିନ୍ଧିନଥିଲେ । ତାଙ୍କର ମଧ୍ୟ ଚାଲାଣ କଟାଯିବା ଉଚିତ୍ ବୋଲି କହି ସେ ଭିଡିଓ କଲେ । ଏବେ ସେହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପୁଲିସ ବାବୁ ଜଣକ କହୁଛନ୍ତି କି ‘ଯାହା କରୁଛ କର ।’ ଭିଡିଓ ଦେଖି ଉପଭୋକ୍ତା ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories