www.samajalive.in
Saturday, December 6, 2025
26.1 C
Bhubaneswar

ଏମିତି ଆସେ ମୃତ୍ୟୁ; ଘରକୁ ପ୍ରବେଶ ବେଳେ୨୨ ସେକେଣ୍ଡରେ ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ ଏମିତି ବି ଆସେ । ପାଣି ଫୋଟକା ପରି ନିମିଷକରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ନିଜ ଘରକୁ ପ୍ରବେଶ କରୁଥିବା ବେଳେ ବାହାରେ କିଛି ଏମିତି ଘଟିଲା ଯୁବକଙ୍କ ସହ ଯାହା କେହି କେବେ କଳ୍ପନା କରିନଥିବେ । ଯୁବକ ଜଣଙ୍କ ହାତରେ ବାଉଁଶ ଧରି ଖାଲି ପାଦରେ ଘରକୁ ଯାଉଥିଲେ । ଘରର ପ୍ରବେଶ ଦ୍ୱାର ପୂର୍ବରୁ ବାଉଁଶଟି ମୃତ୍ୟୁର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଯୁବକଙ୍କ ଜୀବନ ମାତ୍ର ୨୨ସେକେଣ୍ଡ ଭିତରେ ଚାଲିଯାଇଥିଲା ।
ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମହୋବାର ଅଞ୍ଚଳରେ । ଘଟଣାଟି ମଙ୍ଗଳବାର ଅପରାହ୍ନରେ ଘଟିଥିବା କୁହାଯାଉଛି । ଲମ୍ବା ବାଉଁଶଟି ଧରି ଯୁବକ ଜଣଙ୍କ ଯାଉଥିବା ବେଳେ ମୁଣ୍ଡ ଉପରେ ଥିବା ହାଇଭୋଲଟେଜ୍‍ ବିଦ୍ୟୁତ ତାର ସଂସ୍ପର୍ଶରେ ହଠାତ ଆସିଯାଇଥିଲେ । ବିଦ୍ୟୁତ୍‍ ଆଘାତରେ ଯୁବକଙ୍କ ପ୍ରାଣ ସେହିଠାରେ ହିଁ ଚାଲିଯାଇଥିଲା । ମୃତକ ଜଣଙ୍କ ୩୫ବର୍ଷୀୟ ଦେବେନ୍ଦ୍ର ବୋଲି ଜଣାପଡିଛି । ଯୁବକଙ୍କ ଏଭଳି ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପରିବାରରେ ଶୋକର ଛାୟା ଖେଳିଯାଇଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories