www.samajalive.in
Saturday, December 6, 2025
26.1 C
Bhubaneswar

ମହାରାଷ୍ଟ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ବୀରମହାରାଜପୁର : ମହାରାଷ୍ଟ୍ରର ପୁଣେ ସହରରେ ଓଡ଼ିଶାର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗ୍ରାମର ବୁଦ୍ଧଦେବ ମେଣ୍ଡିଲି (୨୨) ବୋଲି ଜଣାଯାଇଛି। ସେ ଗ୍ରାମର ହିରାମଣି ମେଣ୍ଡିଲିଙ୍କ ସାନ ପୁଅ ଓ ଗତ ପ୍ରାୟ ତିନି ବର୍ଷ ହେଲା ପୁଣେ ସହରରେ ଜଣେ ଶ୍ରମିକ ଭାବେ କାମ କରୁଥିବା ଜଣାପଡିଛି।

ପୂଜା ସାରି ଫେରିଲେ ମହିଳା, ଶରୀରକୁ ମୁଣ୍ଡରୁ ଅଲଗା କଲା ପଡୋଶୀ, ଏଥିପାଇଁ କଲା ହତ୍ୟା..

- Advertisement -

ମିଳିଥିବା ସୂଚନା ମତେ ଗତ ୧ ତାରିଖ ଦିନ କାମ କଲା ବେଳେ ସେ ଛାତ ଉପରୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ପାଇ ପରିବାର ପକ୍ଷରୁ ତାଙ୍କର ବଡ଼ଭାଇ ଓ ଅନ୍ୟ ଦୁଇଜଣ ବ୍ୟକ୍ତି ମହାରାଷ୍ଟ୍ରର ପୁଣେ ସହରକୁ ଯାଇଥିଲେ। ସେମାନେ ପହଞ୍ଚିବା ପରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ହେତୁ ତାଙ୍କର ଶବ ଆଣିବାକୁ ସେମାନଙ୍କର ସମ୍ବଳ ନଥିବା ଜଣାପଡିଛି। ଜିଲ୍ଲା ଶ୍ରମ ବିଭାଗ ଏଥିପାଇଁ ଆବଶ୍ୟକ ସହଯୋଗ କରିବାକୁ ମୃତକଙ୍କ ପରିବାର ନିବେଦନ କରିଛନ୍ତି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories