www.samajalive.in
Saturday, December 6, 2025
26.1 C
Bhubaneswar

ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ପକ୍ଷରୁ କର୍ମଶାଳା ଆୟୋଜିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ Elsevierର ମିଳିତ ଅନୁକୂଲ୍ୟରେ ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀ, ଗବେଷକ ଓ ଗବେଷିକା, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ “Improving Research Performance Using Journals on the ScienceDirect platform” ବିଷୟରେ ଏକ ଏକଦିବସୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଜ୍ୟୋସ୍ନା ସାହୁ, ନିର୍ଦେଶିକା, ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର, ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ଵାରା ଉପଲବ୍ଧ ହେଉଥିବା ଇ-ରିସୋର୍ସ ଉପରେ ଆଲୋକପାତ କରିଥିଲେ। ପ୍ରଫେସର ସୁଧାକର ପାତ୍ର, ଡିନ୍ ତଥା ନାକ୍ ସଂଯୋଜକ Elsevier Databaseର ଲୋକପ୍ରିୟତା ଓ ଉପାଦେୟତା ଉପରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯକ୍ରମରେ ପ୍ରଶିକ୍ଷଣ ବିଶେଷଜ୍ଞ ଶ୍ରୀମତୀ ଐଶ୍ୱର୍ଯ୍ୟା ନାୟାଲ୍ Elsevier ScienceDirect e-Resourcesର ବ୍ୟବହାର ସଂବନ୍ଧ ରେ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ସହସଂଯୋଜକ ଅଭିମନ୍ୟୁ ପ୍ରଧାନ, ସହକାରୀ ଗ୍ରନ୍ଥାଗାରକ ଓ ସଂଯୋଜକ e-Resources, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଆୟୋଜକ କମିଟି ସଦସ୍ୟ, ଡ:ଜିତେନ୍ଦ୍ର କୁମାର ବେହେରା, ଭାରପ୍ରାପ୍ତ ଗ୍ରନ୍ଥାଗାରକ,ଡ: ମନସ୍ଵିନୀ ପାତ୍ର, ସହକାରୀ ଗ୍ରନ୍ଥାଗାରିକା ଏବଂ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ସହକାରୀ ଗ୍ରନ୍ଥାଗାରୀଙ୍କ ଦ୍ୱାରା ସୁଚାରୁ ରୂପେ ସଂପାଦିତ ହୋଇଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories