ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଏହି ସାଇକେଲ
ନୂଆଦିଲ୍ଲୀ : ଆଜି ପର୍ଯ୍ୟନ୍ତ ଆପଣ ଅନେକ ସାଇକେଲ ଦେଖିଥିବେ କିନ୍ତୁ ଆପଣ ବିଶ୍ବର ସବୁଠାରୁ ଲମ୍ବା ସାଇକେଲ ଦେଖିନଥିବେ । ଏହାର ଲମ୍ବ ୧୮୦ ଫୁଟ, ୧୧ ଇଞ୍ଚ ମପାଯାଇଛି । ବିଶ୍ବର ସବୁଠାରୁ ଲମ୍ବା ସାଇକେଲ ଭାବେ ଏହା ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ବନାଇପାରିଛି । ଏହି କାରନାମା କରି ଦେଖାଇଛନ୍ତି ନେଦରଲ୍ୟାଣ୍ଡର ୮ ଜଣ ଇଞ୍ଜିନିୟର ।
ବିଶ୍ବର ସବୁଠାରୁ ଲମ୍ବା ସାଇକେଲ ଭାବେ ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଏହି ସାଇକେଲ pic.twitter.com/deDKCRlB6G
— Samaja Live (@samajalive) July 3, 2024
ଏହି ଲମ୍ବ ସାଇକେଲ ୨୦୨୦ ମସିହାରେ ପ୍ରସ୍ତୁତ ହୋଇଥିବା ବିଶ୍ବ ରେକର୍ଡକୁ ଭାଙ୍ଗି ଦେଇଛି । ସେହି ସାଇକେଲର ଲମ୍ବ ୧୫୫ ଫୁଟ ୮ ଇଞ୍ଚ ଥିଲା । ତେବେ ଏହି ସାଇକେଲ ସେହି ସାଇକେଲର ରେକର୍ଡ ଭାଙ୍ଗି ଦେଇଛି । ଏହି ସାଇକେଲ ପାଇଁ ୨୦୧୮ରୁ କାମ ଆରମ୍ଭ ହୋଇଯାଇଥିଲା । ୩୯ ବର୍ଷୀୟ ଇଭାନ ଶଲ୍କ ଏକ ଟିମ୍ ଗଢି ଏହିଦିଗରେ କାମ ଆରମ୍ଭ କରିଥିଲେ । ଶେଷରେ ସେ ଏଥିରେ ସଫଳ ହୋଇଛନ୍ତି ।
Comments are closed.