www.samajalive.in
Saturday, December 6, 2025
15.1 C
Bhubaneswar

ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେଲେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

ଡେସ୍କ: ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ୨୦୨୩ ଅକ୍ଟୋବର ୪ ତାରିଖରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସୁଭାଶିଷ ତାଳପତ୍ରଙ୍କ ଅବସର ପରେ ଡଃ ଜଷ୍ଟିସ ଷଡ଼ଙ୍ଗୀ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଗତବର୍ଷ ଡିସେମ୍ବର ୨୭ରେ ସୁପ୍ରିମକୋର୍ଟ କଲେଜିଅମ ଜଷ୍ଟିସ ଷଡ଼ଙ୍ଗୀଙ୍କ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଜଷ୍ଟିସ ଷଡ଼ଙ୍ଗୀଙ୍କ ନିଯୁକ୍ତି ବିଷୟ ନେଇ ଟ୍ୱିଟରରେ ପୋଷ୍ଟ କରିଛନ୍ତି।

୧୯୬୨ ମସିହା ଜୁଲାଇ ୨୦ରେ ନୟାଗଡ଼ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଷଡଙ୍ଗୀ ବିଜେବି କଲେଜରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ। ପରେ ସେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଓ ଏଲଏଲଏମ ଶିକ୍ଷା ହାସଲ ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ। ୧୯୮୫ ମସିହା ଡିସେମ୍ବରରେ ଡଃ ଜଷ୍ଟିସ ଷଡ଼ଙ୍ଗୀ ଓଡିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୩ ଜୁନ ୨୦ରେ ସେ ଓଡିଶା ହାଇକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ।

- Advertisement -

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଡଃ ଜଷ୍ଟିସ ଷଡ଼ଙ୍ଗୀ ୧ ଲକ୍ଷ ୫୨ ହଜାରଟି ମାମଲାର ବିଚାର କରିଥିବା ବେଳେ ୧ ହଜାର ୫୦୦ଟି ମାମଲାର ରାୟ ଶୁଣାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories