www.samajalive.in
Saturday, December 6, 2025
16.1 C
Bhubaneswar

ଏୟାରଟେଲ, ଜିଓର ମହଙ୍ଗା ପ୍ଲାନକୁ ନେଇ ଚିନ୍ତା ନାହିଁ; ଏବେ ବି କରିପାରିବେ ଶସ୍ତା ରିଚାର୍ଜ

ସମାଜ ଡିଜିଟାଲ ଡେସ୍କ: ଏୟାରଟେଲ, ଜିଓର ରିଚାର୍ଜ ପ୍ଲାନ୍ ମୂଲ୍ୟ ଜୁଲାଇ ୩ରୁ ବଢିଯାଇଛି। ଯଦି ଆପଣ ମଧ୍ୟ ଏହାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଅଧିକ ବ୍ୟସ୍ତ ହେବା ଆବଶ୍ୟକ ନାହିଁ। କାରଣ ଏବେ ବି ଆପଣ କମ୍‌ ମୂଲ୍ୟରେ ରିଚାର୍ଜ କରିପାରିବେ। ଆଜି ଆମେ ସେହି ଆପ୍‌ଗୁଡ଼ିକ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ କମ୍ ଦାମ୍‌ରେ ରିଚାର୍ଜ କରିପାରିବେ।

ପେଟିଏମ୍-

- Advertisement -

ଏହି ଆପ୍‌ରୁ ରିଚାର୍ଜ କଲେ ବିଭିନ୍ନ ଅଫର ମିଳୁଛି। ପେଟିଏମ୍‌ ପକ୍ଷରୁ ଲକି ଓ୍ବିନର ଅଫର୍‌ ଚାଲୁଛି ଏବଂ ଏଥିରେ ଉପଭୋକ୍ତାଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ମିଳିପାରିବ। ତେବେ ଏହି ଅଫର ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ। କେବଳ କିଛି ନିର୍ଦିଷ୍ଟ ଲୋକଙ୍କୁ ହିଁ ଏହି ଅଫରର ଲାଭ ମିଳିବ। ଏହି କାରଣରୁ ଆପଣ ମଧ୍ୟ ଏହି ଅଫରର ଲାଭ ଉଠାଇପାରିବେ।

କ୍ରେଡ୍‌-

Cred App ମଧ୍ୟ ଆଜିକାଲି ଟ୍ରେଣ୍ଡରେ ଅଛି। କ୍ରେଡିଟ୍‌ କାର୍ଡ଼ର ବିଲ୍‌ ଭରିବାଠାରୁ ଆରମ୍ଭ କରି ମୋବାଇଲ୍ ରିଚାର୍ଜ କରିବା ପର୍ଯ୍ୟନ୍ତ ସୁବିଧା ଆପଣ ଏହି ଆପ୍‌ରେ ପାଇପାରିବେ। ଲକି ୱିନ୍ ଅଫରରେ ଆପଣ ଶତପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ। ଯଦିଓ ଏପରି ନହୁଏ ତେବେ ଆପଣ କ୍ୟାସବ୍ୟାକ୍ ଦାବି କରିପାରିବେ। ତା’ପରେ ଆପଣ ସେହି କ୍ୟାସବ୍ୟାକ୍‌କୁ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟଠାରୁ ବିଦ୍ୟୁତ୍ ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ ସବୁଥିରେ ବ୍ୟବହାର କରିପାରିବେ। ଏହି ଆପ୍ ବ୍ୟବହାର କରିବା ବେଶ୍ ସହଜ। କାରଣ ଏହାର ଇଣ୍ଟରଫେସ୍ ବହୁତ ଭଲ, ଯାହାକୁ ଉପଭୋକ୍ତାମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories