www.samajalive.in
Saturday, December 6, 2025
23.1 C
Bhubaneswar

ବିହାରରେ ଭୁଶୁଡ଼ି ଚାଲିଛି ଗୋଟିଏ ପରେ ଗୋଟିଏ ପୋଲ, ଭାଙ୍ଗିଲା ୩୫ ବର୍ଷ ପୁରୁଣା ବ୍ରିଜ୍‌

ସିଓ୍ବାନ: ବିହାରରେ ପୁଣି ଭୁଶୁଡ଼ିଲା ପୋଲ। ୧୫ ଦିନ ମଧ୍ୟରେ ଭାଙ୍ଗିଲା ୬ଟି ପୋଲ। ସିୱାନରେ ବୁଧବାର ଆଉ ଏକ ସେତୁ ଧରାଶାୟୀ ହୋଇଛି। ମହାରାଜଗଞ୍ଜ ସବ୍‌ଡିଭିଜନ୍‌ ଅନ୍ତର୍ଗତ ପଟେଢା ଓ ଦେଓରିଆ ଗାଁ ମଧ୍ୟରେ ଗଣ୍ଡକ ନଦୀ ଉପରେ ନିର୍ମିତ ୩୫ ବର୍ଷ ପୁରୁଣା ପୋଲର ଗୋଟିଏ ପିଲାର ପ୍ରଥମେ ଦବିଯାଇଥିଲା। ଏହାପରେ ଦେଖୁ ଦେଖୁ ସମ୍ପୂର୍ଣ୍ଣ ପୋଲ ଗଣ୍ଡକ ନଦୀରେ ଲୀନ ହୋଇଯାଇଥିଲା। ଦୁର୍ଘଟଣା ପରେ ଅନେକ ଗାଁ ମଧ୍ୟରେ ଯାତାୟତ ବ୍ୟାହତ ହୋଇଛି। ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ପୋଲ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଲୋକଙ୍କ କହିବା କଥା, ଏହି ସେତୁ ୩୫ ବର୍ଷ ପୁରୁଣା। ହଜାର ହଜାର ଲୋକଙ୍କ ପାଇଁ ଏହା ଯାତାୟତର ଏକମାତ୍ର ମାଧ୍ୟମ ଥିଲା। ଯାହା ବର୍ତ୍ତମାନ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories