www.samajalive.in
Friday, December 5, 2025
26.1 C
Bhubaneswar

ସୁସ୍ଥ ହେଲେ ଶ୍ରୀଜୀଉ: ଆଜି ଗଜପତି ମହାରାଜଙ୍କ ପାଖକୁ ଯିବ ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା

ପୁରୀ :ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଆଜି ଅନବସରର ଦ୍ୱାଦଶୀ । ପୁରୀରେ ଆଜି ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦିଆଯିବ। ଦଇତାପତି ସେବକମାନେ ଏକ ରୂପା ଥାଳିରେ କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ଧରି ରାଜପ୍ରସାଦକୁ ଯିବେ। ସେଠାରେ ଗଜପତି ମହାରାଜା ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଜଣାଇବେ। ସେପଟେ ଆସନ୍ତା ୭ ତାରିଖରେ ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ। ଏଥିଲାଗି ରଥ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୩ ରଥର ପ୍ରଭା ନିର୍ମାଣ କାମ ଶେଷ ହେବା ସହ ତିନି ରଥର ଦୁଆର ବେଢା ଗୁଡିକର ନିର୍ମାଣ କାମ ଶେଷ ହୋଇଛି। ଆଜି ମହାରଣା ସେବକମାନେ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ପ୍ରତି କୋଣଗୁଡିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇବେ। ପରେ ତିନି ରଥରେ ‘ହାତିଆଳ ମାଳ’ ବା କାଠ ବଟନ୍ ଆଠଟି ଲେଖାଏଁ ବଡଧରା ପୋଟଳଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଫିଟିଂ କରାଯିବ। ଏଥିସହ ତିନି ରଥର ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ଶେଷ ହେବ।

 

- Advertisement -

 

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories