www.samajalive.in
Wednesday, December 10, 2025
23.1 C
Bhubaneswar

ସାମୂହିକ ବିବାହର ଆୟୋଜନ କଲେ ଅମ୍ବାନୀ ପରିବାର, ନବଦମ୍ପତ୍ତିଙ୍କୁ ଦେଲେ..

ମୁମ୍ବାଇ : ଅମ୍ବାନୀ ପରିବାର ପକ୍ଷରୁ ମୁମ୍ବାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପାଲଘର ଅଞ୍ଚଳରେ ବଞ୍ଚିତ ବର୍ଗର ୫୦ରୁ ଅଧିକ ନବଦମ୍ପତିଙ୍କ ପାଇଁ ଏକ ଗଣବିବାହ ଆୟୋଜନ କରାଯାଇଛି । ନଭିମୁମ୍ବାଇ ସ୍ଥିତ ରିଲାଏନ୍ସ କର୍ପୋରେଟ ପାର୍କରେ ଅନୁଷ୍ଠିତ ଏହି ଗଣବିବାହ କାର୍ଯ୍ୟକ୍ରମରେ ନବଦମ୍ପତିଙ୍କ ପରିବାରର ପ୍ରାୟ ୮୦୦ ପ୍ରତିନିଧି ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ନିତା ଅମ୍ବାନୀ ଓ ମୁକେଶ ଅମ୍ବାନୀ ପରିବାର ସଦସ୍ୟଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ନବଦମ୍ପତିଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇ ଶୁଭ ଉତ୍ସବରେ ଯୋଡି ହୋଇଥିଲେ। ଶୁଭେଚ୍ଛା ସ୍ୱରୂପ ପ୍ରତ୍ୟେକ ଦମ୍ପତିଙ୍କୁ ମଙ୍ଗଳସୂତ୍ର, ବିବାହ ମୁଦି ଓ ନାକ ରିଙ୍ଗ ସମେତ ବିଭିନ୍ନ ସୁନା ଅଳଙ୍କାର ଏବଂ ଗୋଡ ମୁଦି ଓ ପାଉଁଜି ଭଳି ବିଭିନ୍ନ ରୂପା ଅଳଙ୍କାର ପ୍ରଦାନ କରାଯାଇଥିଲା।

୧୮ଟି ହାଇସ୍କୁଲରେ ନାହାନ୍ତି ସ୍ଥାୟୀ ପ୍ରଧାନଶିକ୍ଷକ

- Advertisement -

ଏଥିସହ ପ୍ରତ୍ୟେକ ନବବଧୂଙ୍କୁ ସ୍ତ୍ରୀଧନ ଭାବରେ ଏକ ଲକ୍ଷ ଏକ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଦମ୍ପତିଙ୍କୁ ଏକ ବର୍ଷ ପାଇଁ ପର୍ଯ୍ୟାପ୍ତ ପରିମାଣର ଗ୍ରୋସରୀ, ଖାଦ୍ୟ ସାମଗ୍ରୀ, ଘରକରଣା ସାମଗ୍ରୀ ସହିତ ବାସନକୁସନ, ଗ୍ୟାସ୍ ଚୁଲା, ମିକ୍ସର୍, ଫ୍ୟାନ୍, ଗଦି ଏବଂ ତକିଆ ସମେତ ୩୬ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ବିବାହ ଉତ୍ସବରେ ବର ଏବଂ କନ୍ୟାଙ୍କ ପରିବାର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ ଏବଂ ସମ୍ପ୍ରଦାୟର ସଦସ୍ୟଙ୍କ ସମେତ ୮୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ।

ନାହୁଡ଼ିସରୁ ଜଙ୍ଗଲରେ ଦନ୍ତା, ଲୋକେ ଭୟଭୀତ

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories