www.samajalive.in
Tuesday, December 9, 2025
19.1 C
Bhubaneswar

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ବାସୁଦେବପୁର: ଯୌତୁକକୁ ନେଇ ବଧୂ ହତ୍ୟା ଅଭିଯୋଗ । ଏମିତି ଅଭିଯୋଗ ଆସିଛି ବାସୁଦେବପୁର ଥାନା ଅଧିନ ପୌରପାଳିକାର ମନ୍ଦାରୀ ଗ୍ରାମରୁ । ରାଜଘରପୋଖରୀ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମର ଗୋବର୍ଦ୍ଧନ ରାଉତଙ୍କ ଝିଅ କବିତା ରାଉତ ମନ୍ଦାରୀ ଗ୍ରାମର ରତିକାନ୍ତ ଭୋଇଙ୍କୁ ଚଳିତ ବର୍ଷ ଫେବୃୟାରୀ ମାସରେ ବୈଦିକ ରିତି ନୀତିରେ ବିବାହ କରିଥିଲେ । ବିବାହ ପରଠାରୁ ଯୌତୁକ ଆଣିବାକୁ କେନ୍ଦ୍ର କରି କଳହ ଲାଗି ରହିଥିଲା । ଯାହାକୁ ନେଇ ଅନେକ ଥର ସମାଧାନ କରାଯାଇଥିବା ମୃତକଙ୍କ ବାପଘର ଲୋକେ କହିଛନ୍ତି । ତେବେ ମଙ୍ଗଳବାର ସକାଳ ସମୟରେ ତୁମ ଝିଅ ଡାକ୍ତରଖାନାରେ ଅଛି, ଶୀଘ୍ର ଆସ ବୋଲି କହି ଫୋନ ବନ୍ଦ କରିଦେଇଥିଲେ ଶାଶୂଘର ଲୋକ । ବାପଘର ଲୋକେ ତରବରରେ ବାସୁଦେବପୁର ଡାକ୍ତରଖାନାରେ ପହଞ୍ଚି ନିଜ ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଯୌତୁକ ପାଇଁ ଶଶୂଘର ଲୋକ ଝିଅକୁ ହତ୍ୟା କରିଥିବା ନେଇ ନିକଟସ୍ଥ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ବାସୁଦେବପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories