www.samajalive.in
Friday, December 12, 2025
16.1 C
Bhubaneswar

ବାଂଲାଦେଶ ନିର୍ବାଚନ : ଆୱାମି ଲିଗ୍‍ର ବିପୁଳ ବିଜୟ

ଢାକା : ବାଂଲାଦେଶରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କ ଆୱାମି ଲିଗ୍‍ ଦଳ ବିପୁଳ ବିଜୟ ହାସଲ କରିଛି। ୩୦୦ ଆସନ ବିଶିଷ୍ଟ ସଂସଦରେ ଏହି ଦଳ ଓ ତା’ର ସହଯୋଗୀ ଦଳଙ୍କୁ ୨୬୬ ଆସନ ମିଳିଛି। ଆୱାମି ଲିଗ୍‍ର ପ୍ରାର୍ଥୀମାନେ ୨୪୫ ଆସନରେ ଜିତିଥିବା ବେଳେ ଏହାର ସହଯୋଗୀ ଜାତୀୟ ପାର୍ଟିକୁ ୨୧ଟି ଆସନ ମିଳିଛି। ବାଂଲାଦେଶ ନେସନାଲିଷ୍ଟ୍‍ ପାର୍ଟି (ବିଏନ୍‍ପି) ନେତୃତ୍ୱରେ ଗଠିତ ୭ ଦଳିଆ ବିରୋଧୀ ଜାତୀୟ ଐକ୍ୟ ମେଣ୍ଟ ମାତ୍ର ୩୩ଟି ଆସନରେ ବିଜୟୀ ହୋଇଛିି। ସେଥିରୁ ବିଏନ୍‍ପି ପ୍ରାର୍ଥୀମାନେ ମାତ୍ର ୭ଟି ଆସନରେ ଜିତିଛନ୍ତି । ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି ।
ଗୋପାଳଗଞ୍ଜ ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ପ୍ରଧାନମନ୍ତ୍ରୀ ଶେଖ୍‍ ହସିନା ୨ଲକ୍ଷ ୨୯ ହଜାରରୁ ଅଧିକ ଭୋଟ୍‍ ପାଇଥିବା ବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଏନ୍‍ପିର ପ୍ରାର୍ଥୀଙ୍କୁ ମାତ୍ର ୧୨୩ଟି ଭୋଟ୍‍ ମିଳିଥିବା ନିର୍ବାଚନ କମିଶନ ସୂତ୍ରରୁ ଜଣାପଡ଼ିଛି। ତେବେ ନିର୍ବାଚନ ଫଳାଫଳକୁ ଜାତୀୟ ଐକ୍ୟ ମେଣ୍ଟ ପ୍ରତ୍ୟାଖ୍ୟାନ କରିଛ। ଏକ ନିରପେକ୍ଷ କାମଚଳା ସରକାର ଅଧୀନରେ ସାନି ନିର୍ବାଚନ କରିବାକୁ ମେଣ୍ଟ ପକ୍ଷରୁ ଦାବି କରାଯାଇଛି। ରବିବାର ଅନୁଷ୍ଠିତ ନିର୍ବାଚନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ଜଣେ ସୁରକ୍ଷାକର୍ମୀଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories