ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆରଆଇ ପରୀକ୍ଷଣ ସୁବିଧା; ଯାଞ୍ଚ ହେବ ଡାକ୍ତର ଓ ବିଶେଷଜ୍ଞଙ୍କ ପ୍ରମାଣପତ୍ର
।। ପ୍ରତି ଜିଲାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆରଆଇ ପରୀକ୍ଷଣ ସୁବିଧା ।। ସରକାରୀ- ବେସରକାରୀ ସହଭାଗୀତା ମାଧ୍ୟମରେ ଉପଲବ୍ଧ ହେବ ।।
ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣିକି ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆର୍ଆଇ ଭଳି ପରୀକ୍ଷଣ ସୁବିଧା ସରକାରୀ-ବେସରକାରୀ ସହଭାଗୀତା (ପିପିପି) ମାଧ୍ୟମରେ ଉପଲବ୍ଧ ହେବ ଏବଂ ଏଥିରେ ନିୟୋଜିତ ହେବାକୁ ଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ପ୍ରମାଣପତ୍ରର ଯାଞ୍ଚ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛିା
ନିୟୋଜିତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ ସମୟ ସମୟରେ ମନିଟରିଂ କରାଯିବା ଏହି ସଂସ୍ଥାଗୁଡିକ ଚୁକ୍ତିନାମା ପରିସରଭିତ୍ତିରେ ଯୋଗ୍ୟତା ଅନୁଯାୟୀ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବୋ ତଥାପି ଚୁକ୍ତି ଅବଧି ମଧ୍ୟରେ ଏହି ଡାକ୍ତର ଓ ବିଶେଷଜ୍ଞଙ୍କ ଯୋଗ୍ୟତା ପରିଚୟପତ୍ରର ଯାଞ୍ଚ କରାଯିବ । ସେମାନେ ଏହି ସେବା ପ୍ରଦାନ ନିମନ୍ତେ ଯୋଗ୍ୟ ଅଟନ୍ତି କି ନା ଏକ ସପ୍ତାହ ମଧ୍ୟରେ ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକର ପରିଚୟପତ୍ରର ଯାଞ୍ଚ କରି ବିଭାଗକୁ ପଠାଇବା ପାଇଁ ରାଜ୍ୟର ସମସ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛିା
ନିୟୋଜିତ ହେବାକୁ ଥିବା ଡାକ୍ତର ଓ ବିଶେଷଜ୍ଞମାନେ ଶାରୀରିକ ଭାବରେ ଉପସ୍ଥିତ ରହି ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ନିଜ ଯୋଗ୍ୟତା ପ୍ରମାଣପତ୍ରର ଯାଞ୍ଚ କରାଇବେ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛିା
Comments are closed.