www.samajalive.in
Sunday, December 7, 2025
26.1 C
Bhubaneswar

ଓଭରଲୋଡିଂ ବାଲି ଚାଲାଣ ପାଇଁ ବଢୁଛି ଦୁର୍ଦ୍ଦଶା, ପରିବହନ ବିଭାଗ ନିଦ୍ରାରେ 

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ ବେଆଇନ ବାଲି, ପଥର ଭଳି ଖଣିଜସମ୍ପଦ ଚୋରାଚାଲାଣ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ବର୍ଷାଦିନ ଆସିବାରୁ ଆଗୁଆ ବାଲି ସାଇତି ରଖିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବାଲି ଘାଟରୁ ଦୈନିକ ଶହ ଶହ ଟ୍ରିପ ବାଲି ଚାଲାଣ ଦିନରାତି ଚାଲିଛି । ବେଫିକର ଭାବେ ୧୦ଟନରୁ ଅଧିକ ପରିମାଣର ବାଲି ଭାରୀଯାନ ସାହାଯ୍ୟରେ ଚାଲାଣ ଯୋଗୁଁ ମହାଦନୀ ସଂଯୋଗୀକରଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏଥିସହ ପୂର୍ତ୍ତ ବିଭାଗ ରାସ୍ତା ନଷ୍ଟ ହେବା ସହିତ ଭାରିଯାନ ପରିବହନ ସମୟରେ ରାସ୍ତାକଡ ଘରଦ୍ୱାର ଦୋହଲି ପଡୁଥିବା ଅଭିଯୋଗ ହେଉଛି । ଏଭଳି ବେନିୟମ ଭାବେ ଓଭରଲୋଡିଂ ବାଲି ଚାଲାଣ ହେଉଥିବାବେଳେ ପରିବହନ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ସାଜିଛି ।

ପ୍ରକାଶ ଯେ, ହରଭଙ୍ଗା ତହସିଲ ଅଧିନରେ ଥିବା ବିଭିନ୍ନ ବାଲି ଏବଂ ପଥର ଖାଦାନ ଖଣି ବିଭାଗକୁ ହସ୍ତାନ୍ତର ପରେ ବି ବିନା କାଗଜ କଲମରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଲଘୁଖଣିଜ ସମ୍ପଦ ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଛି । ଯାହାଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ଘଟିବା ସହିତ ଳଘୁଖଣିଜ ସମ୍ପଦ ଖାଦାନଗୁଡିକର ପରିଚାଳନା ସଠିକ ଢଙ୍ଗରେ ତଦାରଖ କରାଯିବା ବଦଳରେ ଖଣି ବିଭାଗ ଏବଂ ଲିଜଧାରୀ ମଧୁଚନ୍ଦ୍ରିକାରେ ବ୍ୟାପକ ହରିଲୁଟ ଚାଲିଥିବା ଅଭିଯୋଗ ଉଠୁଛି । ଏଭଳି ଅବ୍ୟବସ୍ଥା ଯୋଗୁଁ ଲିଜ୍‌ଧାରୀ ଖଣି ନିୟମ ଅନୁପାଳନ କରିବା ପରିବର୍ତେ ବିନା ସୂଚନାଫଳକ, ତାରବାଡ କିମ୍ବା ପରିବେଶ ମଞ୍ଜୁରୀ ସମ୍ପର୍କିତ କୌଣସି ସୂଚନାଫଳକ ନ ଲଗାଇ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ବେନିୟମ ଭାବେ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି । ଏଭଳି ବେନିୟମ ବାଲି/ପଥର ଉତ୍ତୋଳନ ଉପରେ ଖଣି ବିଭାଗ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ହାତ ଉପରେ ହାତ ବାନ୍ଧି ବସିବା ଘଟଣା ଖଣିଜ ସମ୍ପଦ ଲୁଟ ପାଇଁ ବେଶ ସୁଯୋଗ ସୃଷ୍ଟି କରିଛି । ମେସିନ ସାହାଯ୍ୟରେ ଗଭୀର ବାଲି ଖନନ ଯୋଗୁଁ ଜୈବ ବିବିଧତା ନଷ୍ଟ ହେବା ସହିତ ଜଳଚର ପ୍ରାଣୀଙ୍କ ଆଶ୍ରୟ ସ୍ଥଳୀ ନଷ୍ଟ ହେବାକୁ ବସିଛି । ଏହା ସହିତ ବନ୍ୟାପ୍ଳାବିତ ଅଞ୍ଚଳରେ ଏଭଳି ବେନିୟମ ବାଲି ଉତୋଳନ ଯୋଗୁଁ ମହାନଦୀ ଗାଁମୁହାଁ ହୋଇ ଧନ ଜୀବନକୁ ବିପଦରେ ପକାଇବା ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି । ବାଲି ଏବଂ ପଥର ଖାଦାନଗୁଡିକରୁ ବାର୍ଷିକ କେତେ ପରିମାଣର ଲଘୁଖଣିଜ ସମ୍ପଦ ଉତ୍ତୋଳନ ହେଉଛି ଏମ.ଜି.କ୍ୟୁ ସମ୍ପର୍କିତ ସୂଚନାକୁ ଅନ୍ଧାରରେ ରଖି ନିର୍ଦ୍ଦିଷ୍ଟ ଏରିଆରୁ ବାଲି/ପଥର ଉତୋଳନ କରାଯିବା ପରିବର୍ତ୍ତେ ମନଇଛା ଏରିଆ ବାହାରୁ ଖଣିଜ ସମ୍ପଦ ଉତୋଳନ କରାଯାଉଥିବା ନଜରକୁ ଆସିଛି । ପ୍ରତି ୬ମାସରେ ଥରେ ଅର୍ଥାତ୍ ବର୍ଷା ପୂର୍ବରୁ ଏବଂ ବର୍ଷା ପରେ ବାଲି/ପଥର ଉତ୍ତୋଳନର ଆକଳନ କରାଯାଉନଥିବା ଖଣି ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନଚିହ୍ନ ଛିଡ଼ା କରିଛି। ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ସମ୍ପୃକ୍ତ ଅଂଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ ପାଇଁ ଧମକ ଦେଇଛନ୍ତି । ଏ ଦିଗରେ ଉଭୟ ଖଣି ଏବଂ ପରିବହନ ବିଭାଗ ଦୃଷ୍ଟି ଦେବାକୁ ଦାବି ଉଠୁଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories