www.samajalive.in
Friday, December 5, 2025
20.1 C
Bhubaneswar

ସାମାନ୍ୟ ଘରୋଇ କଳହ ; ପୁତୁରାର ଟାଙ୍ଗିଆ ଚୋଟରେ ମାଆ-ଝିଅ ଗୁରୁତର, ଅଭିଯୁକ୍ତ ଗିରଫ

ରେଙ୍ଗାଲିକ୍ୟାମ୍ପ :ସାମାନ୍ୟ ଘରୋଇ କଳହକୁ ନେଇ ଜଣେ ବ୍ୟକ୍ତି ତାର ସମ୍ପର୍କୀୟ ବଡ ମାଆ ଓ ଝିଆରୀକୁ ଟାଙ୍ଗିଆରେ ହାଣି ମାରିବା ପାଇଁ ମରଣାନ୍ତକ ଆକ୍ରମଣ କରିଛି। ଆକ୍ରମଣରେ ଉଭୟ ମାଆ-ଝିଅ ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସିତ ହେଉଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟି ଯାଇଛି ଅତାବିରା ବ୍ଲକ ଅମଲିପାଲି ପଞ୍ଚାୟତ ଗୁତୀ ପାଲି ଗ୍ରାମରେ। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ ଗ୍ରାମର ଲୋକନାଥ ଜାମଦୁଳିଆ ଓ ଜଗ ଜାମଦୁଳିଆ ସମ୍ପର୍କୀୟ ଭାଇ। ଉଭୟଙ୍କ ଘର ପାଖାପାଖି ରହିଛି। ଲୋକନାଥ ,ଜଗଙ୍କ ବାରି ପଟେ ଖାଲି ପଡ଼ିଥିବାରୁ ସେଠାରେ ଘରର ବ୍ୟବହୃତ ପାଣି ପକେଇ ଆସୁଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ପ୍ରାୟତଃ ବଚସା ଲାଗି ରହୁଥିଲା।
ଲୋକନାଥଙ୍କ ଘର ଖପର ଘର ହୋଇଥିବାରୁ ମାଙ୍କଡ ମାନେ ଡ଼ିଆଁ ଡେଇଁ କରିବାରୁ ସକାଳେ କିଛି ଖପର ତଳେ ରାସ୍ତାରେ ଜଗଙ୍କ ଘର ଆଗରେ ପଡି ଯାଇଥିଲା । ଯାହାକୁ ନେଇ ଜଗଙ୍କ ସ୍ତ୍ରୀ ଉମା (୫୫) ଓ ଝିଅ ନେହା (୨୦) ପାଟିତୁଣ୍ଡ କରିଥିଲେ। ସବୁ ବେଳେ ତାଙ୍କ ଘର ଆଗରେ ଏମିତି ଅସୁବିଧା କରୁଛନ୍ତି ବୋଲି ଲୋକନାଥଙ୍କ ବୋହୂଙ୍କୁ ଟାହି ଟାପରା କରିଥିଲେ। ଏହା ଶୁଣି ଲୋକନାଥଙ୍କ ପୁଅ ଆଶିଷ (୩୦) ରାଗରେ ଟାଙ୍ଗିଆ ଧରି ଦଉଡ଼ି ଯାଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଉମାଙ୍କର ବାମ ପଟ ଅଣ୍ଟା ଓ ପେଟରେ ଟାଙ୍ଗିଆ ଚୋଟ ମାରିଥିବା ବେଳେ ତାଙ୍କୁ ଛଡ଼ାଇବା ପାଇଁ ଆସିଥିବା ଝିଅ ନେହାର ବାମ କାନ୍ଧରେ ମଧ୍ୟ ଟାଙ୍ଗିଆରେ ଚୋଟ ମାରି ଫେରାର ମାରିଥିଲା ଆଶିଷ। ଫଳରେ ଉଭୟ ମାଆ ଝିଅ ଗୁରୁତର ହୋଇଥିଲେ। ଖବର ପାଇ ଅତାବିରା ପୁଲିସ ପହଞ୍ଚି ଗୁରୁତର ମାଆ ଓ ଝିଅଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଏହା ଉପରେ ତଦନ୍ତ ଆରମ୍ଭ କରିଥିଲେ। ଆକ୍ରମଣ ପରେ ଅଭିଯୁକ୍ତ ଆଶିଷ ଫେରାର ମାରି ଗୋଡ଼ଭଗା ସ୍ଥିତ ତାଙ୍କ ଶ୍ବଶୁର ଘରେ ଲୁଚି ରହିଥିଲେ। ଅଭିନବ ଉପାୟରେ ପୁଲିସ ତାକୁ ଠାବ କରି ତାକୁ ଗିରଫ କରିବାରେ ସଫଳ ହୋଇଥିଲା। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories