www.samajalive.in
Saturday, December 6, 2025
17.1 C
Bhubaneswar

ବିହାର ପରେ ଝାଡ଼ଖଣ୍ଡରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ

ରାଞ୍ଚି: ବିହାର ପରେ ଏବେ ଝାଡ଼ଖଣ୍ଡରେ ମଧ୍ୟ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଗିରିଡିହ ଜିଲା ଦେଓରି ବ୍ଲକର ଅର୍‌ଗା ନଦୀ ଉପରେ ନିର୍ମାଣାଧୀନ ଏହି ସେତୁର ପିଲାର୍‌ ପ୍ରବଳ ବର୍ଷା ହେତୁ ଦବି ଯିବା କାରଣରୁ ଏହା ଭୁଶୁଡ଼ି ପଡ଼ିଛି। ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନସୁଦ୍ଧା ମୃତାହତ ନେଇ କୌଣସି ଖବର ନାହିଁ। ଶନିବାର ରାତିରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୨୩୫ କିଲୋମିଟର ଦୂରରେ ଥିବା ଦେଓରି ବ୍ଲକରେ ଘଟିଛି ଏହି ଅଘଟଣ।


ଡୁମ୍ରିଟୋଲା ଏବଂ କରିପହରୀ ଗ୍ରାମକୁ ସଂଯୋଗ କରିବା ପାଇଁ ଫତେହପୁର-ଭେଲାୱତୀ ରାସ୍ତାରେ ଏକ ସେତୁ ନିର୍ମାଣ କରାଯାଉଛି। ଅପରପ​‌କ୍ଷେ, ୫.୫ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଥିବା କେତେକ ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ବିହାରରେ ଲଗାତର ଭାବେ ପୋଲ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସୁଛି। ଗତ ୧୦-୧୫ ଦିନ ମଧ୍ୟରେ ବିହାରରେ ପାଞ୍ଚଟି ସେତୁ ଭୁଶୁଡିବା ଘଟଣା ସାମ୍ନାକୁ ଆସିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories